Odisha news

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି l ଜ଼ିଲ୍ଲାରେ ସମୁଦାୟ 2198 ଜଣ କଳାକାର ଆବେଦନ କରିଥିଲେ ତନ୍ମଧ୍ୟରୁ 742 ଦରଖାସ୍ତକୁ ବାଦ ଦିଆଯାଇଛି ସମୁଦାୟ 1456 କଳାକାର ଙ୍କ ତାଲିକା ଜ଼ିଲ୍ଲାପାଳ ଙ୍କ ଆଦେଶ କ୍ରମେ ବିଚାରକୁ ନିଆଯାଇ ଦକ୍ଷତା ପରୀକ୍ଷା ଆରମ୍ଭ ହୋଇଯାଇଛି l ଆଜି ପ୍ରଥମ ଦିନରେ ବାଲିଗୁଡା ବ୍ଲକ,ବାଲିଗୁଡା ଏନଏସି, ତୁମୁଡିବନ୍ଧ ବ୍ଲକ, ଦାରିଙ୍ଗବାଡି ବ୍ଲକ, କୋଟଗଡ ବ୍ଲକ ର 379ରୁ ଉର୍ଦ୍ଧ କଳାକାର ଦକ୍ଷତା ପରୀକ୍ଷା ଦେଇଥିଲେ l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭଞ୍ଜନ କହଁର ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ପାରମ୍ପରିକ ଲୋକକଳାକାର ସଂଘର ସଭାପତି ଅକ୍ଷୟ କର୍ଣ୍ଣ , ଲାଇବ୍ରେରୀ ଆସିଷ୍ଟାଣ୍ଡ ନରେଶ ସାହୁ , ସୁବ୍ରତ ପତି, ପଞ୍ଚାନନ କହଁର, ସରୋଜ କୁମାର ପାତ୍ର,  ବିଜୟ ପାତ୍ର,  ସିମାଞ୍ଚଳ ମାଝୀ, ଦାରିଙ୍ଗବାଡି ବ୍ଲକକଳା ଓ ସଂସ୍କୃତି ସଂଘର ଉପ ସଭାପତି ଗୋଲକ ବିହାରୀ ମଲ୍ଲିକ, ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା କ.ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ତ୍ରିନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

IEC 2 years
Leave A Reply