Odisha news

ଆଳି ରେ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ବିରୋଧୀ ଦଳ ପକ୍ଷରୁ ଅଣ୍ଡା ମାଡ଼

0

ଆଳି୨୧/୧୨/୨୧  ଆଜି ଆଳି ବ୍ଲକ ରେ ବିଧାୟକ ପ୍ରତାପ ଦେଵ ଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଜନକଲ୍ୟାଣକାରୀ ପ୍ରକଳ୍ପ ଗୁଡିକର ଉଦ୍ଘାଟନ ସହ ଭିର୍ତ୍ତିପ୍ରସ୍ତର ସ୍ଥାପନ  କାର୍ଯ୍ୟ କରାଯାଇଛି l ବିଧାୟକ ଙ୍କ ସହ ରାଜ୍ଯ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଯୋଗଦେଇଥିଲେ l ପ୍ରକଳ୍ପର ଉଦଘାଟନ ନିମନ୍ତେ ଯିବା ବାଟରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଉପରେ ଅଣ୍ଡା ମାଡ଼ ଚର୍ଚ୍ଚାର ବିଷୟ ପାଲଟିଛି। । ସୂଚନା ଅନୁଯାୟୀ ଆଳି ରେ ବିଭିନ୍ନ ଉର୍ଣ୍ଣତ ମୂଳକ କାର୍ଯ୍ୟ ଉଦ୍ଘାଟନ ଓ ଭିର୍ତ୍ତି ସ୍ଥାପନ କାର୍ଯ୍ୟରେ ଆଳି ବିଧାୟକ ପ୍ରତାପ ଦେବ ଙ୍କ ସହ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଆଳି ନିଆଳ ସ୍ଥିତ ଟଏଲେଟ କମ୍ପ୍ଲେକ୍ସ, ନିଆଳ ହାଟ ଭିର୍ତ୍ତିପ୍ରସ୍ତର, ପାନୀୟ ଜଳ ପ୍ରକଳ୍ପ, ଆଳି ବ୍ଲକ ନୂତନ ସଭା ଗୃହ, ଖାଦ୍ୟ ଯୋଗାଣ ଗୋଦାମ ଗୃହ,ବାଳକାଟି ସ୍ଥିତ ମିଶନଶକ୍ତି ଗୃହ, ଦୁଇଟି ଓଭରହେଡ଼ ପାଣିଟାଙ୍କି,ବିଜୁସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ ପଦନୀପାଳ ସେତୁ ଭିର୍ତ୍ତିପ୍ରସ୍ତର ଶିଳା ସ୍ଥାପନ ନିମନ୍ତେ ଆସିଥିବା ବେଳେ ବିରୋଧୀ ଦଳ ତରଫରୁ ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ଯୁବ କଂଗ୍ରେସ ଓ ଆଳି ବିଧାନସଭା ଯୁବ କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ  ହୋଇ ଥିବା ଏହି ଅଞ୍ଚଳରେ ଆଲୋଚନା ହେଉଥିବା ବେଳେ ଆଲୋଡନ ସୃଷ୍ଟି ହୋଇଛି । ଏହାଦ୍ବାରା ଶାନ୍ତ ଆଳି ରେ ଅଶାନ୍ତି ର ବାତାବରଣ ସୃଷ୍ଟି ହେବା ନିଶ୍ଚିତ ବୋଲି ଲୋକେ ଆଶଙ୍କା କରୁଛନ୍ତି l ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଘଟଣା ନିର୍ବାଚନୀ ପରିବେଶ କୁ ସରଗରମ କରିଛି l ଏହି ଅଣ୍ଡା ମାଡରେ  ଜିଲ୍ଲା ଯୁବ କଂଗ୍ରେସ ଓ ଆଳି ବ୍ଲକ କଂଗ୍ରେସ, ଆଳି ବ୍ଲକ ଯୁବ କଂଗ୍ରେସ ତଥା ବହୁ ଯୁବ କଂଗ୍ରେସ କର୍ମକର୍ତା ମନେ ଅଣ୍ଡା ମାଡ ସହ ଦଳୀୟ ପତାକା ଦେଖାଇ ଥିଲେ।ଏହି ବିକାଶ ମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ ଓ ଭିର୍ତ୍ତିପ୍ରସ୍ତର କାର୍ଯ୍ୟ କୁ ସୁଚାରୁ ରୁପେ ସମାପନ କରିବା ପାଇଁ ଆଳି ବିଜୁଜନତା ଦଳର ସମସ୍ତ କାର୍ଯ୍ୟକର୍ତା ଓ କର୍ମୀ ଉପସ୍ଥିତ ଥିଲେ l

IEC 2 years
Leave A Reply