Odisha news

ଚିନ୍ତା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହିସବୁ ଶ୍ୱାସ ପ୍ରକ୍ରିୟା ଜନିତ ବ୍ୟାୟାମ

ଚିନ୍ତା ରୁ ମୁକ୍ତି ପାଇବା ପାଇଁ କେବଳ ଆରାମ କରିବା ଆବଶ୍ୟକ ନୁହେଁ । ପରିସ୍ଥିତି କୁ ନେଇ ମଣିଷ ଚିନ୍ତା ଗ୍ରସ୍ତ ହୋଇଥାଏ । ଏମିତିରେ ମଧ୍ୟ ଦେଖିବାକୁ ଗଲେ ଅଧିକାଂଶ ଲୋକ ମହାମାରୀ ସମୟରେ ବିଭିନ୍ନ କାରଣରୁ ଚିନ୍ତା ଗ୍ରସ୍ତ ହେଉଛନ୍ତି । ଚିନ୍ତା କୁ ହରାଇବା ପାଇଁ କେବଳ ଆରାମ କରିବା ଉଚିତ୍ ନୁହେଁ ସେଥି ପାଇଁ କିଛିଟା ବ୍ରିଦିଂ ଏକ୍ସର୍ସାଇଯ ଅର୍ଥାତ୍ ନିଃଶ୍ୱାସ ଜନିତ ବ୍ୟାୟାମ ଦ୍ଵାରା ମଧ୍ୟ ଚିନ୍ତା କୁ ଦୁର କରାଯାଇ ପାରିବ । କାରଣ ଏହି ବ୍ୟାୟାମ ଆମକୁ ମାନସିକ ଦୁଶ୍ଚିନ୍ତା ରୁ ଦୂରେଇ ରଖିଥାଏ ।
* ପେଟ ଜନିତ ଶ୍ୱାସ କ୍ରିୟା – ଆରାମ ରେ ବସନ୍ତୁ , ସୁଅନ୍ତୁ କିମ୍ବା ଠିଆ ହୁଅନ୍ତୁ । ଗୋଟିଏ ହାତ ନିଜ ଛାତି ଉପରେ ଆଉ ଗୋଟିଏ ହାତ ପେଟ ଉପରେ ରଖନ୍ତୁ । ଏହାପରେ ଦୀର୍ଘ ବିଶ୍ବାସ ନିଅନ୍ତୁ ଓ ଦୀର୍ଘ ନିଶ୍ଵାସ ଛାଡ଼ନ୍ତୁ ।ଏଭଳି କିଛି ସମୟ କରିବା ଦ୍ୱାରା ଦେଖିବେ ରିଲାକ୍ସ ଲାଗିବ ।
* ଆପଣ ତଳେ ସିଧା ସଳଖ ବସି ଯାଆନ୍ତୁ । ଏହାପରେ ଭିତରକୁ ନିଃଶ୍ୱାସ ନିଅନ୍ତୁ । ୪ ସେକେଣ୍ଡ ପାଇଁ ରଖନ୍ତୁ ଓ ଧୀରେ ଧୀରେ ଛାଡ଼ନ୍ତୁ । ଏହାପରେ ୭ସେକେଣ୍ଡ ପାଇଁ ସ୍ଥିର ହୋଇ ବସନ୍ତୁ । ଏହାପରେ ନିଜ ହାତ ସାହାଯ୍ୟରେ ତଳି ପାଦକୁ ମାଲିସ କରନ୍ତୁ । ଦେଖିବେ ରାତିରେ ଭଲ ନିଦ ହେବା ସହ ରିଲାକ୍ସ ଲାଗିବ ।
* ଶାନ୍ତ ପ୍ରତିକ୍ରିୟା – ଏହି ପ୍ରକ୍ରିୟା କୁ କରିବା ପାଇଁ ଆପଣ ସନ୍ଧ୍ୟା ସମୟ ରେ ସ୍ଥିର ରହିବା ଆବଶ୍ୟକ । ତଳେ ଚଟାଣ ଉପରେ ଶାନ୍ତ ଭାବରେ ବସି ଯିବେ । ନିଜର ହାତ ୨ଟିକୁ ମୁଣ୍ଡର ପଛ ପର୍ଶ୍ୱକୁ ନେଇ ଆଙ୍ଗୁଳି ଗୁଡ଼ିକୁ ଛନ୍ଦି ମୁଣ୍ଡକୁ ଧରନ୍ତୁ । ଏହାପରେ ଦୀର୍ଘ ବିଶ୍ବାସ ନିଅନ୍ତୁ । ଭିତରକୁ ନିଃଶ୍ୱାସ ନେଇ ଧୀରେ ଧୀରେ ଛାଡ଼ନ୍ତୁ । ଏଭଳି ଆପଣ ପ୍ରତିଦିନ କରିବା ଦ୍ୱାରା ଚିନ୍ତା ମୁକ୍ତ ରହିବେ ।

Comments are closed.