Odisha news

୯୬ ବର୍ଷୀୟ ବୃଦ୍ଧ ମୃତ୍ୟୁପରେ ଉଠି ଠିଆ ହୋଇ କହିଲେ : ” ଅଭି ହମ୍ ଜିନ୍ଦା ହେଁ “

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ଛତ୍ରପୁର ରୁ ଗୋଟିଏ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି , ଜଣେ ୯୬ ବର୍ଷୀୟ ବୃଦ୍ଧ ହଟାତ୍ ମୃତ୍ୟୁ ଅବସ୍ଥାରୁ ଜୀବିତ ହୋଇଗଲେ ଓ କହିଲେ ମୁଁ ବର୍ତ୍ତମାନ୍ ବଞ୍ଚିଛି । ଏହା କୌଣସି ଚଳଚ୍ଚିତ୍ରର କାହାଣୀ ନୁହେଁ ଏହା ସତ୍ୟ ଅଟେ । ଲବକୁଶ ନଗରର ସିଞ୍ଚାଇ କଲୋନୀ ରେ ରହୁଥିବା ୯୬ ବର୍ଷ ବୟସ୍କ ବୃଦ୍ଧ ମାନଶୁଖ କୁସବାହା ଙ୍କ ସହିତ ଘଟିଛି ।
ମନଶୁଖ ଙ୍କୁ ମୃତ ଭାବି ଅନ୍ତିମ ସଂସ୍କାର ସମୟରେ ହିନ୍ଦୁ ବୈଦିକ ସମାଜରେ ପରିଜନ ମାନେ ଗଉ ପୂଜନ କରି ଅନ୍ତିମ ସଂସ୍କାର ରେ ସାମିଲ ହେବା ପାଇଁ ସମ୍ପର୍କୀୟ ମାନେ ସୂଚନା ଦିଆଗଲା ।
ସମ୍ପର୍କୀୟ ମାନେ ସୂଚନା ପାଇ ପହଞ୍ଚି ଗଲେ । କିନ୍ତୁ ଏହି ସମୟରେ ଗୋଟିଏ ଅଦ୍ଭୁତ ଘଟଣା ଘଟିଗଲା ସେ ଅଚାନକ ଉଠି କହିଲେ ମୁଁ ଏବେବି ବଞ୍ଚିଛି
ଏହାପରେ ସମସ୍ତ ସମ୍ପର୍କୀୟ ନିଜର କାନ୍ଦ ବୋବାଳି ଛାଡି ତାଙ୍କ ଆଡ଼କୁ ଚାହିଁ ରହିଲେ ଓ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରିବାକୁ ଲାଗିଲେ । ବୃଦ୍ଧ ଜଣଙ୍କର ଗତ ୨ବର୍ଷ ହେଲାଣି ଗୋଡ ଭାଙ୍ଗି ଚାଲି ପାରୁ ନଥିଲେ । ଆର୍ଥିକ ସ୍ଥିତି ଖରାପ୍ ରହିବା ଯୋଗୁଁ ତାଙ୍କର ଚିକିତ୍ସା ହୋଇ ପାରୁ ନ ଥିଲା । ଦୁର୍ବଳତା କାରଣରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା । ତାଙ୍କ ସାନ ପୁଅଙ୍କ ନିକଟରେ ବୃଦ୍ଧ ଜଣଙ୍କ ରୁହନ୍ତି ଓ ତାଙ୍କ ଉପରେ ନିର୍ଭର ଶିଳ ।
Govt

Comments are closed.