Odisha news

ଦୁର୍ଘଟଣା ରେ ଦୁଇଭାଇ ମୃତ୍ୟୁ ବରଣ କରିଥିବା ଶବର ପରିବାର ଙ୍କୁ ସହାୟତା ପ୍ରଦାନ

ନୂଆପଡା- ୧୫/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ) କୋମନା ବ୍ଲକ ଜଡ଼ାମୁଣ୍ଡା ୩୫୩ ନଂମ୍ବର ଜାତୀୟ ରାଜପଥ ସଡ଼କ ଦୁର୍ଘଟଣା ରେ ପଲସିପାଣି ପଞ୍ଚାୟତ ସାଲେପଡା ଗ୍ରାମର ଦୁଇ ଭାଇ ମୃତ୍ୟୁବରଣ କରିଥିଲେ। ଶୋକ ସଂତପ୍ତ ଶବର ପରିବାରଙ୍କୁ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରଶାଦ ଢୋଲକିଆ ସାକ୍ଷାତ କରି ସହାୟତା ଓ ସମବେଦନା ଜଣାଇଛନ୍ତି।

ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ଦୁଇ ହଜାର ଟଙ୍କା, ରସିକଲାଲ କାଞ୍ଚନ ବେନ ଟ୍ରଷ୍ଟ ପକ୍ଷରୁ ପାଞ୍ଚ ହାଜର ଟଙ୍କା ପ୍ରଦାନ କରିଥିଲେ । ସାଙ୍ଗ ରେ ଉପସ୍ଥିତ ଏହି ଅଞ୍ଚଳର ଜିଲ୍ଲାପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀଙ୍କ ତରଫରୁ ଦୁଇ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ମୃତକ ପରିବାରଙ୍କୁ ଦୁଇନେତା ସ୍ୱାନ୍ତନା ଓ ସମବେଦନା ଜଣାଇ କିଛି ସମୟ ପରିବାର ସହ ଦୁଖସୁଖ ବାଣ୍ଟି ଥିଲେ।

Comments are closed.