Odisha news

ଦେଶରେ ତେଜିଲା ଚାଇନା ବିଦ୍ରୋହ : ସୀମାରେ ଶକ୍ତି ବଢ଼ାଇଲା ଭାରତ

0

ନୂଆଦିଲ୍ଲୀ: LACରେ ଉତ୍ତେଜନା ଓ ୨୦ ଭାରତୀୟ ଯବାନ ସହିଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ସମୟରେ ସରକାରଙ୍କ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ତେବେ ସୀମାରେ ପ୍ରକୃତରେ କ’ଣ ଘଟିଛି ଓ ଭାରତର ସ୍ଥିତି କ’ଣ ସେନେଇ ପ୍ରଧାନମନ୍ତ୍ରୀ ଦେଶ ସମ୍ମୁଖରେ ତଥ୍ୟ ରଖିବା ଆବଶ୍ୟକ ବୋଲି ସୋନିଆ କହିଛନ୍ତି।

ଅନ୍ୟପଟେ କୁଟନୈତିକ ଆଲୋଚନା ଜରିଆରେ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦେଇଛି ସିପିଆଇ। ସେହିପରି ଜେଡିୟୁ କହିଛି, ଏହି ସମୟରେ ରାଜନୀତି ନକରି ସମସ୍ତେ ଦେଶ ସହ ଏକାଠି ଛିଡ଼ା ହେବା ଉଚିତ୍। ଆର୍ଥିକ ସ୍ତରରେ ଚାଇନାକୁ ଦୁର୍ବଳ କରିଦେବାକୁ ଆହ୍ୱାନ୍‌ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଚାଇନା ସହିତ ବ୍ୟବସାୟୀକୁ ଚୁକ୍ତି ରଦ୍ଦ କରିବାକୁ ଅଖିଳେଶ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଭଳି ପଦକ୍ଷେପ ପାଇଁ ତାଙ୍କ ଦଳ ସରକାରଙ୍କୁ ସମର୍ଥନ କରିବା ବୋଲି ଅଖିଳେଶ କହିଛନ୍ତି।

ତେବେ ଶୁକ୍ରବାର ଲଦାଖ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୫ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିରୋଧୀ ଦଳଙ୍କ ସହିତ ଏସମ୍ପର୍କରେ ଆଲୋଚନା କରିବେ ମୋଦି।

ଏପଟେ LACରେ ୨୦ ଭାରତୀୟ ଯବାନ ସହିଦ ପରେ ଦେଶବ୍ୟାପି ଚୀନ୍ ବିରୋଧୀ ସ୍ୱାର ତୀବ୍ର ହୋଇଛି। ବିଭିନ୍ନ ସ୍ଥାନରେ ଚୀନ୍ ପତାକା ପୋଡ଼ିବା ସହ ଚୀନ୍ ସରକାର ଓ ସେନା ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। ଦିଲ୍ଲୀ ସ୍ଥିତ ଚୀନ୍ ଦୂତାବାସ ନିକଟରେ ଆଜି ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ଚୀନ ବିରୋଧରେ ନାରାବାଜି କରିଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ହଟାଇଦେଇଥିଲା।

ସେହିଭଳି କର୍ଣ୍ଣାଟକ ରାଜଧାନୀ ବେଙ୍ଗଳୁରୁରେ ବି ସହିଦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଚୀନ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଜମ୍ମୁରେ ମଧ୍ୟ କିଛି ଚୀନ୍ ବିରୋଧରେ ପ୍ରତିବାଦର ସ୍ୱାର ଉଠାଇଛନ୍ତି ସ୍ଥାନୀୟ ଲାକେ। ସେହିପରି ଭୁବନେଶ୍ୱରରେ ମଧ୍ୟ ଚୀନ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ରାଜଧାନୀରେ ଚୀନ ସାମଗ୍ରୀ ବର୍ଜନ କରିବାକୁ ଆନ୍ଦୋଳନକାରୀ ଆହ୍ୱାନ ଦେଇଛନ୍ତି।

 

Leave A Reply