ନୂଆଦିଲ୍ଲୀ : ଚୀନ ସବୁବେଳେ ନିଜର ବିଶେଷ କାର୍ଯ୍ୟ ପାଇଁ ଚର୍ଚାରେ ରହିଥାଏ l ସେହିଭଳି ନିକଟରେ ଚୀନ ରୁ ସେହିଭଳି ଗୋଟିଏ ଖବର ସାମ୍ନାକୁ ଆସିଛି l ଏବେ ଦେଖିବାକୁ ମିଳୁଛି ସ୍କୁଲ ଗୁଡିକରେ ପିଲା ମାନଙ୍କର ପରିସ୍ରା ବାଲ୍ଟି ଭିତରେ ସଂଚୟ କରି ରଖାଯାଉଛି l ଏହା ପଛରେ ଗୋଟିଏ ବିଶେଷ କାରଣ ରହିଛି l କାରଣଟି ହେଲା ଚୀନ ରେ ଗୋଟିଏ ବିଶେଷ ପ୍ରକାରର ଖାଦ୍ୟ ସାମଗ୍ରୀ ପାଇଁ ପିଲା ମାନଙ୍କ ପରିସ୍ରାର ବ୍ୟବହାର ହୋଇଥାଏ l
ଏହି ଖାଦ୍ୟ ଟିକୁ କୁହାଯାଏ ଵର୍ଜିନ ଏଗ ,ଏହା ଚୀନର ଜେଜୀୟାଙ୍ଗ ଅଂଚଳରେ ଖୁବ ପ୍ରସିଦ୍ଧ ଅଟେ l ବସନ୍ତ ଋତୁରେ ଏହାକୁ ଲୋକମାନେ ଖାଇବା ପାଇଁ ଭିଡ଼ ଜମାଇ ଥାଆନ୍ତି l ଏହି ଡିସକୁ ପ୍ରସ୍ତୁତ କରିବା ପାଇଁ ଅବିବାହିତ ପିଲା ମାନଙ୍କର ପରିସ୍ରାର ଆବଶ୍ୟକତା ରହିଛି l ଏହି ବ୍ୟଞ୍ଜନରେ ବ୍ୟବହୃତ ହେଉଥିବା ଅଣ୍ଡାକୁ ପରିସ୍ରାରେ ବୁଡ଼ାଯାଇ ରଖାଯାଏ l ସେଥିପାଇଁ ଏହାକୁ ଵର୍ଜିନ କୁହାଯାଏ l ମିଳିଥିବା ଗୋଟିଏ ସୂଚନା ଅନୁସାରେ ପ୍ରଥମେ ଅଣ୍ଡାକୁ ପରିସ୍ରାରେ ଡୁବାଇ ରଖାଯାଏ ଓ ପରେ ଏହାକୁ ପରିସ୍ରାରେ ପକାଇ ସିଝା ଯାଇଥାଏ l ଏହାପରେ ଅଣ୍ଡାର ଚୋପା ଛଡାଇ ତାହାକୁ ନିଆଁରେ ଫୁଟୁଥିବା ପରିସ୍ରାରେ ଆଉଥରେ ସିଝାଯାଏ
ଯେପରିକି ଅଣ୍ଡାରୁ ପରିସ୍ରାର ଦୁର୍ଗନ୍ଧ ଆସିବ l ଏହି ବ୍ୟଞ୍ଜନକୁ ପ୍ରସ୍ତୁତ କରିବା ପାଇଁ ଦୀର୍ଘ ଦିନରୁ ପ୍ରକ୍ରିୟା ଆରମ୍ଭ ହୋଇଥାଏ , ସେଥିପାଇଁ ସର୍ବ ପ୍ରଥମେ ପରିସ୍ରା ଏକାଠି କରି ରଖାଯାଏ l ପରିସ୍ରା ଏକତ୍ରିତ କରିବା ପାଇଁ ସ୍କୁଲ ଗୁଡିକରେ ବାଲ୍ଟି ରଖାଯାଇଥାଏ l ଏହାପରେ ବଡ ବଡ ପାତ୍ର ସାହାଯ୍ୟରେ ପରିସ୍ରାକୁ ଚୁଲିରେ କମ ଆଞ୍ଚରେ ବାସଯଇ ଓ ଅଣ୍ଡାକୁ ସିଝା ଯାଇଥାଏ l ଯେତେବେଳେ ଏହି ଅଣ୍ଡା ପରିସ୍ରାରେ ଭଲରେ ଶିଝିଯାଇ ଥାଏ ତାକୁ ଖିଆ ଯାଏ l ଚୀନ ବାସୀଙ୍କ ଅନୁସାରେ ଏହି ବ୍ୟଞ୍ଜନ ଶରୀର ପାଇଁ ଖୁବ ହିତକର ବୋଲି ସେମାନଙ୍କ ଧାରଣା ରହିଛି l
Comments are closed.