Odisha news

ଏହି ୪ଟି ରାଶି ଉପରେ ରହିଥାଏ ହନୁମାନଙ୍କର ବିଶେଷ କୃପା

ହନୁମାନଙ୍କୁ ଭକ୍ତି ଭାବରେ ପୂଜା କରିବା ଦ୍ୱାରା ସେ ବିଶେଷ କୃପା ପ୍ରଦାନ କରିଥାଆନ୍ତି । ତାଙ୍କୁ ଅତି ସହଜ ରେ ଓ ଶୀଘ୍ର ପ୍ରସନ୍ନ କରିହୁଏ । କୁହାଯାଏ ଯେ ହନୁମାନଙ୍କୁ ଠିକ୍ ମନରେ ପୂଜା କରୁଥିବା ଭକ୍ତ କେବେବି ନିରାଶ ହୁଅନ୍ତି ନାହିଁ। ଏଭଳି ୪ଟି ରାଶି ରହିଛି ଯାହା ଉପରେ ହନୁମାନଙ୍କ ବିଶେଷ କୃପା ରହିଥାଏ ।
* ମେଷ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହନୁମାନ ସବୁଠୁ ଅଧିକ ମେଷ ରାଶି ଉପରେ ସନ୍ତୁଷ୍ଟ ରହି ଥାଆନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କ ର ସମସ୍ତ ଅସୁବିଧାକୁ ହନୁମାନ ଦୁର କରନ୍ତି । କୁହାଯାଏ ଯେ ଏହି ରାଶିର ଇଚ୍ଛାଶକ୍ତି ସବୁଠୁ ଅଧିକ ହୋଇଥାଏ । ଏହି ରାଶିର ବ୍ୟକ୍ତି ଙ୍କ ଉପରେ ହନୁମାନଙ୍କ ଆଶୀର୍ବାଦ ରହିଥିବା କାରଣରୁ ଏମାନେ ବୁଦ୍ଧିମାନ ହୋଇ ଥାଆନ୍ତି।
* କୁମ୍ଭ – ମେଶରାଶି ପରେ କୁମ୍ଭରାସି ଉପରେ ହନୁମାନଙ୍କ କୃପା ରହିଥାଏ । ଏହି ରାଶିର ବ୍ୟକ୍ତିମାନେ କ୍ୟାରିଅର ରେ ସଫଳତା କୁ ଲାଭ କରି ଥାଆନ୍ତି । ଘାତ ପ୍ରତିଘାତ ପରେ ମଧ୍ୟ ଏମାନେ ଜୀବନରେ ନିଜ ପ୍ରାପ୍ୟ ଲାଭ କରନ୍ତି , ଏମାନଙ୍କୁ ଜୀବନରେ ବିଶେଷ ମାନ ସମ୍ମାନ ଲାଭ ହୋଇଥାଏ ।
* ସିଂହ – ସିଂହ ରାଶିର ବ୍ୟକ୍ତି ଙ୍କୁ ସବୁ ସଙ୍କଟରୁ ହନୁମାନ ରକ୍ଷା କରନ୍ତି । ଏମାନଙ୍କୁ ହନୁମାନଙ୍କ କୃପାରୁ ଧନର ଅଭାବ ରୁହେ ନାହିଁ । ଚାକିରୀ ଓ ବ୍ୟବସାୟରେ ସବୁବେଳେ ସଫଳତା ମିଳିଥାଏ ।
* ବିଛା – ଏହି ରାଶିର ବ୍ୟକ୍ତି ମାନଙ୍କ କାର୍ଯ୍ୟରେ ବାଧା ଉପୁଜିବାର ଥିଲେ ତାହାକୁ ହନୁମାନ ଦୁର କରି ଥାଆନ୍ତି । ଏମାନେ ଜୀବନରେ ସବୁବେଳେ ସଫଳତା ହାସଲ କରିବା ସହିତ ପଇସାର ଅଭାବ ମଧ୍ୟ ରୁହେ ନାହିଁ ।
Shares