Odisha news

ଶିଶୁ ଅଦଳବଦଳ ଘଟଣା ଭିନ୍ନମୋଡ୍ ନେଲା : ଉତ୍ୟକ୍ତ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶି ଭଙ୍ଗାରୁଜା କଲେ, ୮ ଗିରଫ

0

ବାରିପଦା  : ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ବିଭାଗରେ ହୋଇଥିବା ଶିଶୁ ଅଦଳବଦଳ ଘଟଣା ଭିନ୍ନମୋଡ ନେଇଛି । ସୋମବାର ଶତାଧିକ ମହିଳା ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶି ଭଙ୍ଗାରୁଜା କରିବା ସହ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଠେଳାପେଳା କରିବାପରି ଅଭାବନୀୟ ଘଟଣାଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ ଯେ,  ଏପି୍ରଲ ମାସ ୨୬ରେ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପୋଡାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂଙ୍କ ପନôୀ ରଇବାରୀ ପିଆରଏମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଉକ୍ତ ଶିଶୁର ଓଜନ ପ୍ରାୟ ୩କେଜିରୁ ଉଦ୍ଧ୍ୱର୍ ଥିଲା ।

ଶିଶୁ ଅବସ୍ଥା ଭଲନଥିବାରୁ ତାଙ୍କୁ ଶିଶୁ ବିଭାଗର ଏସ୍ଏନସିୟୁରେ ରଖାଯାଇଥିଲା । ଅନ୍ୟପକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ ପୋଡାଅସ୍ତିଆ ଅନ୍ତର୍ଗତ ଧାଡଧୁଡ ଗ୍ରାମର ବ୍ରଜମୋହନ ସିଂଙ୍କ ପନôୀ ରଇବାରୀ ମଧ୍ୟ ଚଳିତ ମାସ ୪ତାରିଖରେ ପିଆରଏମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଦୁଇମା’ଙ୍କର ନାମ ସମାନ ହୋଇଥିବାରୁ ସମସ୍ୟା ଉପୁଜିଥିଲା । ବ୍ରଜମୋହନଙ୍କର ଚଳିତମାସ ୪ତାରିଖ ପୁଅ ଜନ୍ମଗ୍ରହଣ କରିଥିବାବେଲେ ୫ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଉକ୍ତ ଶିଶୁଟି ମଧ୍ୟ ଏସଏନସିୟୁରେ ଥିଲା । ମାତ୍ର ଡିସଚାର୍ଜ ସମୟରେ ବ୍ରଜମୋହନଙ୍କ ଶିଶୁପୁତ୍ରଙ୍କୁ କାର୍ତ୍ତିକଙ୍କୁ ପ୍ରଦାନ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ଯେ, କାର୍ତ୍ତିକ ଜାଣିଶୁଣି ନିଜ ପୁଅକୁ ଛାଡି ବ୍ରଜମୋହନଙ୍କ ପୁଅକୁ ନେଇଯାଇଥିଲେ । ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ କିପରି ଏପରି ବେପାରୁଆ ଭାବେ କିଛି ଅନୁସନ୍ଧାନ ନକରି ଜଣଙ୍କ ସନ୍ତାନ ଅନ୍ୟଜଣଙ୍କୁ ଦେଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ୨୬ତାରିଖରେ ଜନ୍ମ ହୋଇଥିବା ଶିଶୁପୁତ୍ରଟି ଗତ ୧୧ତାରିଖରେ ମୃତୁ୍ୟବରଣ କରିଥିଲେ । ଏସ୍ଏନସିୟୁରେ ଥିବା ଉକ୍ତ ଶିଶୁପୁତ୍ରର ଯୋଗାଯୋଗ ନମ୍ବରରେ କାର୍ତ୍ତିକଙ୍କର ନମ୍ବର ଥିଲା । ତେଣୁ ମୃତ ଶିଶୁପୁତ୍ରକୁ ନେଇଯିବାକୁ କାର୍ତ୍ତିକଙ୍କୁ ଶିଶୁ ବିଭାଗରୁ ଫୋନ୍ ଯାଇଥିଲା । ମାତ୍ର କାର୍ତ୍ତିକ ନିଜର ଶିଶୁପୁତ୍ର ସୁସ୍ଥଥିବା ଏବଂ ଘରେ ଥିବା କହିଥିଲେ । ଯାହାକୁ ନେଇ ଶିଶୁ ବିଭାଗରେ ଭାଳେଣି ପଡିଥିଲା । ଏହାପରେ ଆରମ୍ଭ ହୋଇଥିଲା ଅସଲ ଘଟଣା । ଟୀକା ଦିଆଯିବା କଥା କହି କାର୍ତ୍ତିକଙ୍କୁ ଶିଶୁପୁତ୍ରକୁ ହସ୍ପିଟାଲ ଆଣିବାକୁ କହି ଡକାଯାଇଥିଲା । କାର୍ତ୍ତିକ ମଧ୍ୟ ଉକ୍ତ ଶିଶୁପୁତ୍ର ସହିତ ହସ୍ପିଟାଲ ଆଣିବା ପରେ ଏସଏନସିୟୁ ଭିତରକୁ ନେଇଯାଇଥିଲେ ଶିଶୁ ବିଭାଗ କର୍ମଚାରୀ । କିଛି ସମୟ ପରେ ତାଙ୍କ ଶିଶୁପୁତ୍ର ମରିଯାଇଥିବା କୁହାଯାଇଥିବା କାର୍ତ୍ତିକ ଅଭିଯୋଗ କରିଥିଲେ, ଯାହାଫଳରେ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗିରହିଥିଲା  । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ମଧ୍ୟ ମୃତୟନ କରାଯିବା ସହ କାର୍ତ୍ତିକଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା ।

କାର୍ତ୍ତିକଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ପିଆରଏମ ଅଧୀକ୍ଷକ ଏବଂ ଶିଶୁ ବିଭାଗ ମୁଖ୍ୟ । ସେମାନଙ୍କ କହିବା ଅନୁଯାୟୀ ମରିଯାଇଥିବା ଶିଶୁପୁତ୍ରଟି ହେଉଛି କାର୍ତ୍ତିକଙ୍କର ଏବଂ କାର୍ତ୍ତିକ ନେଇଯାଇଥିବା ଶିଶୁପୁତ୍ର ବାସ୍ତବରେ ବ୍ରଜମୋହନଙ୍କର । ଡିସଚାର୍ଜ ବେଳେ ହୋଇଥିବା ତୃଟି କାରଣରୁ ଏପରି ହୋଇଛି । ମାତ୍ର ଏହାକୁ ଖଣ୍ଡନ କରିଥିଲେ କାର୍ତ୍ତିକ ସିଂ । ତାଙ୍କ ଶିଶୁପୁତ୍ରକୁ ଅଦଳବଦଳ କରାଯାଇଥିବା ସେ ଅଭିଯୋଗ କରିଥିଲେ । ଶିଶୁ ବିଭାଗର କର୍ମଚାରୀ ଏପରି କରିଥିବା ସେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସ ପହଞ୍ଚି ଉତ୍ୟକ୍ତ ମହିଳା ପୁରୁଷଙ୍କୁ ଅଟକ ରଖି ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ କରିଥିଲେ । ଏନେଇ ବାରିପଦା ଟାଉନଥାନାରେ ଏକ ମାମଲା ରୁଜୁ ୮ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।

 

Leave A Reply