ଶିଶୁ ବିଶେଷଜ୍ଞ ଙ୍କ ମତରେ ଛୋଟ ପିଲାଙ୍କୁ କାହିଁକି ମାରିବା ଉଚିତ୍ ନୁହେଁ , ଏହା ସେମାନଙ୍କ ଉପରେ କି ପ୍ରଭାବ ପକାଇ ଥାଏ
ବର୍ତମାନ ଛୋଟ ପିଲାଙ୍କୁ ମାଡ଼ ମାରିବାକୁ ନେଇ ବିଭିନ୍ନ ପ୍ରକାର ନିୟମ ଦେଖିବାକୁ ମିଳୁଛି । ବିଦ୍ୟାଳୟ ଠାରୁ ନେଇ ପ୍ରାୟ ସମସ୍ତ ସ୍ଥାନରେ । ଯଦି ଘରେ ମଧ୍ୟ ପିଲାଙ୍କୁ ମାଡ଼ ଦିଆ ଯାଉଛି ତାହା ମଧ୍ୟ କୁହାଯାଉଛି ଆଇନ୍ ବିରୁଦ୍ଧ । ଏପରି ସ୍ଥିତି ରେ ପିଲା ମାନେ ଅନେକ ସମୟରେ ଅବାଟ କୁ ମଧ୍ୟ ଚାଲି ଯାଉଛନ୍ତି । ଯାହା ଅନେକ ଅଭିଭାବକ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଉଛି ।
ଆଗରୁ ପିତାମାତା ମାନେ ପିଲାଙ୍କୁ ମାଡ଼ ମାରି ହେଉ କିମ୍ବା ଗାଳି କରି ଆକଟ କରୁଥିଲେ । ଯାହା କୁ ବର୍ତ୍ତମାନ ଚିନ୍ତା କରିବା ଗୋଟିଏ ବିରାଟ ପାପ ସଦୃଶ ହୋଇ ଯାଇଛି ।
* ବିଶ୍ୱରେ ଗୋଟିଏ ଗବେଷଣା ଅନୁସାରେ ପିଲା ମାନଙ୍କୁ ଅଧିକ ରହିବା ଦ୍ଵାରା ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଯାହା ସେମାନଙ୍କୁ ଏତେ ଅଧିକ ଜିଦିଆ କରି ଦେଇଥାଏ ଯେ ସେମାନେ ପିତାମାତା ଙ୍କ କଥା ଶୁଣିବା ବନ୍ଦ କରି ଦିଅନ୍ତି । ଯାହାକୁ ଓଡ଼ିଆରେ କୁହନ୍ତି ପିଠିଆ ହୋଇଯିବା ।
* ପିଲା ମାନଙ୍କ ଚତୁର୍ପର୍ଶ୍ୱରେ ଘଟୁଥିବା ବିଭିନ୍ନ ପ୍ରକାରର ପାରିପାର୍ଶ୍ବିକ ପରିସ୍ଥିତି ଅନେକ ସମୟରେ ସେମାନଙ୍କ ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇ ଥାଏ । ତେଣୁ ଯଦି ଏଭଳି ସ୍ଥିତି ରେ ଆପଣ ନିଜ ପିଲାଙ୍କୁ ପିଟୁଛନ୍ତି , ଏହା ତାଙ୍କୁ ମାନସିକ ଭାବରେ ରୋଗ ଗ୍ରସ୍ତ କରି ଦେଇଥାଏ ।
* ପ୍ରତ୍ୟେକ ଛୋଟ ମୋଟ କଥାରେ ପିଲା ମାନେ ମାଡ଼ ଖାଇବା ଦ୍ବାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ହ୍ରାସ ପାଇଥାଏ । ତେଣୁ ମନୋବିଜ୍ଞାନୀ ଙ୍କ ମତରେ ପିଲାଙ୍କୁ ପ୍ରତ୍ୟେକ ଟି କଥାରେ ମାଡ଼ ମାରିବା ଉଚିତ୍ ନୁହେଁ । ଏହାଛଡା ସବୁବେଳେ ପିଲାଙ୍କୁ ମାଡ଼ ମାରିବା ଦ୍ଵାରା ସେମାନଙ୍କ ର ବଡ ମାନଙ୍କ ପ୍ରତି ଭୟ କମିଯାଏ ।
* ଜେବେବୀ ଆପଣ ନିଜ ପିଲାଙ୍କୁ ଗାଳି ଦେଉଛନ୍ତି କିମ୍ବା ବାଡଉଛନ୍ତି ତେବେ ତାଙ୍କୁ ବୁଝାନ୍ତୁ , ନଚେତ୍ ପିଲାମାନେ ନିଜର କାର୍ଯ୍ୟ ଓ ଶିକ୍ଷାରେ ମନ ଦେଇ ପାରନ୍ତି ନାହିଁ । ଏହା ତାଙ୍କ କୋମଳ ମନ ଉପରେ ଗଭୀର ପ୍ରଭାବ ପକାଇ ଥାଏ ।
* କୌଣସି ପିଲା ନିଜ ଜନ୍ମ ରୁ ବିପଥ ଗାମୀ ହୋଇ ନଥାଏ । ସେଥିପାଇଁ ପରିବାର ଓ ପରିବାର ର ସଦସ୍ୟ ମଧ୍ୟ କିଛି ମାତ୍ରାରେ ଦାୟୀ ଅଟନ୍ତି । ତେଣୁ ପିତାମାତା ନିଜ ସନ୍ତାନ ମାନଙ୍କ ସମ୍ମୁଖରେ କ୍ରୋଧ , ଆକ୍ରୋଶ ଭାବ , ହିଂସା , ଅହଙ୍କାର ଇତ୍ୟାଦି କରିବା ଉଚିତ୍ ନୁହେଁ । ଏହା ପିଲାଙ୍କ ନିକଟରେ ମଧ୍ୟ ଦେଖିବାକୁ ମିଳେ ।
* ଶିଶୁ ବିଶେଷଜ୍ଞ ଙ୍କ ମତରେ ଯଦି ଆପଣ ପିଲାଙ୍କ ଉପରେ ଅତ୍ୟଧିକ ରାଗିବେ ତେବେ ଏହା ମାତାପିତା ଓ ସନ୍ତାନ ମାନଙ୍କ ମଧ୍ୟରେ ଦୂରତା ନେଇ ଆସିଥାଏ । କେହି କାହାକୁ ଠିକ୍ ଭାବରେ ବୁଝି ପାରନ୍ତି ନାହିଁ । ଯଦି ଆପଣଙ୍କ ପିଲା କୌଣସି ଭୁଲ କରିଛି ତେବେ ତାକୁ ବୁଝାନ୍ତୁ । ସନ୍ତାନ ର ଅଧିକ ନିକଟତର ହୋଇ ଗୋଟିଏ ବନ୍ଧୁ ଭଳି ରୁହନ୍ତୁ ।