Odisha news

ଡିଆରଏମ ଏବଂ ସାଂସଦ କଲେ ରେଲୱେ ଉନ୍ନତିକରଣର ସମୀକ୍ଷା

0

ବେତନଟୀ : ସୋମବାର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଖଡଗପୁର ଡିଭିଜନର ଡିଆରଏମ ଏମଏସ ହାସିମ୍ ସ୍ଵତନ୍ତ୍ର ଟ୍ରେନଯୋଗେ ଆସି ବେତନଟୀ ରେଳଷ୍ଟେସନ ସ୍ଥାନାନ୍ତର ସହିତ ମଛପଦାରେ ହେବାକୁ ଥିବା ଷ୍ଟେସନ ଓ ଇସାନପୁର ଠାରେ ନିର୍ମାଣ ହେବାକୁ ଥିବା ଗୋଳାପୋଲ ବାବଦରେ ସମୀକ୍ଷା କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବାବଦରେ ଆଲୋଚନା କରିଥିଲେ l  ବେତନଟୀ ରେଳଷ୍ଟେସନ ଗସ୍ତକରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବିଭିନ୍ନ ପ୍ରସ୍ତାବିତ ଦାବି ଉପରେ ସମୀକ୍ଷା କରିଥିଲେ । ଆଜିର ଏହି ଗସ୍ତ ସମୟରେ ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର ଡିଭିଜନର  ମଣ୍ଡଳ ରେଳ ପ୍ରବନ୍ଧକ(ଏଡିଆରଏମ)ଏମଏସ ହାସିମ୍, ସିନିୟର ଡିସିଏମ ରାଜେଶ କୁମାର, ପ୍ରଭାତ ପ୍ରସାଦ, ପୂର୍ବତଟ ରେଳପଥର ଡେପୁଟି କମାର୍ସିଆଲ ଡି.ଆର ପାଲ, ଅମିତ କୁମାର, ତାନିଆ ମୁଖାର୍ଜୀ, ସଞ୍ଚିତା ମୁକାଳୀ, ଅଙ୍କିତା ବାନାର୍ଜୀ, ଶାନ୍ତନୁ ତିଓ୍ବାରୀ, ବିବେକ କୁମାର, ଗୋବିନ୍ଦ ଘୋରାମୀ, ଜି.ଡି କରନଙ୍କ ସମେତ ବାଲେଶ୍ୱରରୁ ଏ.କେ ଖୁଣ୍ଟିଆ ପ୍ରମୁଖ ଅଧିକାରୀଗଣ ସାମିଲଥିଲେ। ତେବେ ଏହି ଅବସରରେ ବାଙ୍ଗିରିପୋଷି- ରୁପ୍ସା ଏମୁ ପାସେଞ୍ଜର ଟ୍ରେନକୁ ପୂର୍ବଭଳି ବାଲେଶ୍ବର ପର୍ଯ୍ୟନ୍ତ ଚଳାଚଳ କରିବା, କାମଶୋଳ ଷ୍ଟେସନରେ ସୁପରଫାଷ୍ଟ ଟ୍ରେନର ରହଣି, ବେତନଟୀ ଲକ୍ଷ୍ମୀନାରାୟଣ ମନ୍ଦିର ରାସ୍ତା ଏବଂ କୃଷ୍ଣଚନ୍ଦ୍ରପୁର ଠାରେ ପୁନର୍ବାର ରେଳପାଟକକୁ ଖୋଲାଯିବା, ବେତନଟୀ ରେଳଷ୍ଟେସନର ଉନ୍ନତୀକରଣ, ବେତନଟୀ ବସଷ୍ଟାଣ୍ଡରୁ ଆନନ୍ଦବଜାରକୁ ସଂଯୋଗ କରୁଥିବା ରେଳ ଫାଟକକୁ ପୁନର୍ବାର ଖୋଲିବା, ନୂତନ କରି ମଛପଦାରେ ନିର୍ମାଣ ହେବାକୁ ଥିବା ଷ୍ଟେସନ ଓ ଲୋକଙ୍କ ବହୁଦିନର ଦାବୀ ଈଶାନପୁର ଠାରେ ଗାଁ ଭିତରକୁ ଆମ୍ବୁଲାନ୍ସ ତଥା ଅନ୍ୟ ଜରୁରୀକାଳୀନ ସେବା ପାଇଁ ହେବାକୁ ଥିବା 10ଫୁଟର ଗୋଳାପୋଲ ସମ୍ପର୍କିତ ବିଭିନ୍ନ ଦାବି ତଥା ସ୍ଥାନୀୟ ଜନସାଧାରଣଙ୍କ ଦ୍ବାରା ଉଠାଯାଇଥିବା ସମସ୍ୟାର ସମାଧାନ ନେଇ ଆଲୋଚନା କରିବା ସହିତ ସ୍ଥିତି ସମୀକ୍ଷା କରିଥିଲେ । ବେତନଟୀରେ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପରିଡା, ମଣ୍ଡଳ ସଭାପତି ରାଜକିଶୋର ଶାହା, ପ୍ରାକ୍ତନ ଜିଲ୍ଲାପରିଷଦ ବ୍ରଜମୋହନ ବେହେରା, ରତିକାନ୍ତ ମହାନ୍ତ, ଜଗବନ୍ଧୁ ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଶିଶିର କୁମାର ବେହେରାଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇ ସମସ୍ୟାର ସମାଧାନ ସହିତ ଅଞ୍ଚଳଦେଇ ଯାଇଥିବା  ରେଳସେବାକୁ ବ୍ୟାପକ କରିବାନେଇ ଆଲୋଚନା କରିଥିଲେ ।

Govt
Leave A Reply