କିଛି ପିଲା ପିତାମାତା ଙ୍କ ପଇସାରେ ଅଯଥା ଖର୍ଚ୍ଚ କରି ଥାଆନ୍ତି । କିନ୍ତୁ ତାଙ୍କର ଏହି ଅଯଥା ଖର୍ଚ୍ଚ ବେଳେବେଳେ ପିତାମାତା ଓ ପରିବାର ଉପରେ ଖୁବ୍ ପ୍ରଭାବ ପକାଇ ଥାଏ । ପରିବାର ମଧ୍ୟରେ ସବୁବେଳେ ଏହି କାରଣରୁ ଅଶାନ୍ତି ଓ କଳହ ସୃଷ୍ଟି ହୋଇଥାଏ । ତେଣୁ କିଛିଟା ଉପାୟକୁ ଆପଣାଇ ଦେଖନ୍ତୁ ।
* ଯେତେବେଳେ ଆପଣଙ୍କ ସନ୍ତାନ କୁ ୧୦ ବର୍ଷ ସେତେବେଳେ ତା ଉପରେ ଖର୍ଚ୍ଚକୁ ନେଇ କୌଣସି ଚାପ ପକାନ୍ତୁ ନାହିଁ । କିନ୍ତୁ ଯଦି ସେ ୧୦ ବର୍ଷରୁ ଉର୍ଦ୍ଧ୍ବ ତେବେ ତା ଉପରେ ଖର୍ଚ୍ଚ କୁ ନେଇ ଚେତାବନୀ ଦେବା ଆବଶ୍ୟକ ।
* ଆପଣ ନିଜ ସନ୍ତାନ ମାନଙ୍କୁ ଖର୍ଚ୍ଚ କାଟକୁ ନେଇ ସଚେତନ କରି ପାରିବେ । ପ୍ରତିଦିନ ନିଜ ସନ୍ତାନକୁ ଖର୍ଚ୍ଚ ପାଇଁ ପଇସା ଦେବା ଅଭ୍ୟାସ କରିବା ଉଚିତ୍ ନୁହେଁ । କାରଣ ଏହା ତାଙ୍କର ଗୋଟିଏ ଅଭ୍ୟାସ ରେ ପରିଣତ ହୋଇଯିବ । ଯଦି ପାରୁଛନ୍ତି ତାଙ୍କୁ ଏହି ପକେଟ୍ ମନି କୁ ସଞ୍ଚୟ କରିବା ଶିଖନ୍ତୁ ।
* ଯଦି ଆପଣଙ୍କ ସନ୍ତାନ କୌଣସି ହଷ୍ଟେଲ ରେ ରହି ପାଠ ପଢ଼ୁଛ୍ତି ତେବେ ତାକୁ ପ୍ରତିଦିନ ହିସାବରେ ମାସିକିଆ ଖର୍ଚ୍ଚ ଦେଇ ଦିଅନ୍ତୁ ଓ ସେତିକି ପଇସାରେ ମାସଟିଏ ଚଳିବାକୁ ପରାମର୍ଶ ଦିଅନ୍ତୁ । ହୁଏତ ସେ କମ ଖର୍ଚ୍ଚ କରିବ ।
* ସନ୍ତାନ ସହିତ ସବୁବେଳେ ବନ୍ଧୁତା ପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ପରିବାରର ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରନ୍ତୁ । ପିଲାମାନେ ମଧ୍ୟ ଘରର ଓ ମାତା ପିତାଙ୍କ ଅସୁବିଧା ଜାଣିବା ଆବଶ୍ୟକ , ଯେଉଁ କାରଣରୁ ହୁଏତ ସେମାନେ ବଦ୍ ଖର୍ଚି ହେବାରୁ ଦୂରେଇ ରହି ପାରିବେ ।
* ଆପଣ ମନେ ରଖନ୍ତୁ ଯେ ଯେତେ ଧନ ଅର୍ଜିଲେ ମଧ୍ୟ ନିଜ ସନ୍ତାନକୁ କଷ୍ଟ ଓ ଅସୁବିଧା ସହିବା ପାଇଁ ସଚେତନ କରିବା ଆବଶ୍ୟକ । କାରଣ ଜୀବନରେ ଅନୁଶାସନ ନିହାତି ଆବଶ୍ୟକ । ଆପଣ କୋଟି ପତି ହୋଇଥିବେ କିନ୍ତୁ ଆପଣଙ୍କ ସନ୍ତାନ ଖର୍ଚ୍ଚୀ ହୋଇଥିବ , ଏହାର ଅର୍ଥ ସେ ଜୀବନରେ ପରିଶ୍ରମୀ ହୋଇ ପାରିବ ନାହିଁ । ସେ ସବୁବେଳେ ପିତା ମାତା ଙ୍କ ଅର୍ଥ କୁ ନଷ୍ଟ କରିବାକୁ ଚାହିଁବ ।
* ଅଳ୍ପରେ ନିଜେ ସନ୍ତୁଷ୍ଟ ହୁଅନ୍ତୁ ଓ ସନ୍ତାନକୁ ମଧ୍ୟ ସେହି କଥା ସିଖାନ୍ତୁ । ଦେଖିବେ ଆପଣଙ୍କ ସନ୍ତାନର ଖୁବ୍ ପରିବର୍ତ୍ତନ ହେବ
Comments are closed.