Odisha news

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ଅଙ୍ଗନୱାଡି କର୍ମୀ ମାନେ

ଛତ୍ରପୁର ୧୮/୨ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନୱାଡି କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ୍ ଆସୋସିଏନ୍ ଗଞ୍ଜାମ ଜିଲ୍ଲା ପକ୍ଷରୁ ଅଙ୍ଗନୱାଡି କର୍ମଚାରୀ ମାନଙ୍କ ର ମୈାଳିକ ସୁବିଧା ଓ ଅଧିକାର ପ୍ରଦାନ ସମେତ ବିଭିନ୍ନ ଦାବୀ ନେଇ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପୃଥକ୍ ପୃଥକ୍ ଦାବି ପତ୍ର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଅଙ୍ଗନୱାଡି ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, କର୍ମଚାରୀଙ୍କୁ ସର୍ବନିମ୍ନ ବେତନ ମାସିକ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ କରିବା, ରାଷ୍ଟ୍ରୀୟ ଶିକ୍ଷାନିତି – ୨୦୨୦ ଅନୁଯାୟୀ ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦେବା ସହ ସେଠାରେ କାର୍ଯ୍ୟରତ ସମସ୍ତ କର୍ମୀଙ୍କୁ ପ୍ରାଥମିକ ଶିକ୍ଷିକା ଓ ସହକାରୀକୁ ପୁର୍ବ ପ୍ରାଥମିକ ସହ ଶିକ୍ଷିକା ଭାବେ ମାନ୍ୟତା ପ୍ରଦାନ କରିବା, ଅଙ୍ଗନୱାଡି ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ଇପିଏଫ୍ ଇ ଏସ ଆଇ,ଗ୍ରାଚୁ୍ୟଟି ଓ ପେନସନ୍ ଯୋଗାଇ ଦିଆଯିବା, ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀମାନଙ୍କ ଭଳି ସମସ୍ତ ପ୍ରକାର ବାର୍ଷିକ ଛୁଟିି ପ୍ରଦାନ କରାଯିବା , ୨୦୦୪ ମସିହା ଠାରୁ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା ନିମନ୍ତେ ଘରଭଡା ବାବଦରେ ସରକାର ଘୋଷଣା କରିଥିବା ୩ ହଜାର ଟଙ୍କା ଯଥା ଶୀଘ୍ର ପ୍ରଦାନ କରିବା, ଗାଁ କଲ୍ୟାଣ ସମିତି ରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ୍ ଦିଆଯାଉ ଏବଂ କର୍ମଚାରୀ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ଭଳି ବିଭିନ୍ନ ଦାବି ଗୁଡିକ ଏହି ଦାବୀ ମାଧ୍ୟମରେ ଦର୍ଶାଯାଇଛି ।

ଏହା ସହିତ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ପ୍ରଦାନ କରାଯାଇଥିବା ଛୋଟ ଗ୍ୟାସ ସିଲିଣ୍ଡର ବଦଳରେ ଡବଲ ଚୁଲା , ୧୪ .୧/୨ କେଜି ବିଷିଷ୍ଟ ବଡ ଗ୍ୟାସ ସିଲିଣ୍ଡର.ରେଗୁଲେଟର ଓ ସୁରକ୍ଷିତ ଗ୍ୟାସ ପାଇପ୍ ଯୋଗାଣ କରି ପ୍ରତି କେନ୍ଦ୍ରକୁ ସ୍ଥାୟୀ ଏଲପିଜି ସଂଯୋଗ ର ବନେ୍ଦାବସ୍ତ କରାଯିବା,ପ୍ରତି ଅଙ୍ଗନୱାଡି କେନ୍ଦ୍ର କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା – ଗ୍ଲାସ,ଥାଳି ଏବଂ ଅନ୍ୟାନ୍ୟ ଉପକରଣ ଆବଶ୍ୟକତାକୁ ଦୃଷ୍ଠିରେ ରଖି ତୁରନ୍ତ ଯୋଗାଇ ଦିଆଯାଉ , ପ୍ରତ୍ୟକ ଅଂଚଳ ପରିଦର୍ଶିକାଙ୍କୁ ନିଜ ନିଜ ମଣ୍ଡଳ ମୁଖ୍ୟାଳୟରେ ସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା କରାଯିବା ସମେତ ୧୨ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବି ପତ୍ର ପ୍ରଦାନ ବେଳେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନର ଜିଲ୍ଲା ସଭାପତି ରଞ୍ଜିତା କୁମାରୀ ରଥ,ସମ୍ପାଦିକା ମଂଜୁବାଳା ପାଣିଗ୍ରାହୀ, ରାଜ୍ୟ ସମ୍ପାଦିକା ଅମିତା ସାହୁ , ପ୍ରତିମା କୁମାରୀ ଦେବୀ,ବାସନ୍ତି କୁମାରୀ ଦେବୀ,କବିତା ଦେବୀ,ସଙ୍ଗୀତା ମହାପାତ୍ର,ବବିତା ଗନ୍ତାୟତ ଙ୍କ ସମେତ ଶତାଧିକ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ଥିଲେ ।

Comments are closed.