ବର୍ତମାନ ସମୟ ରେ କାର୍ଡିଆକ ଆରେସ୍ଟ ଗୋଟିଏ ସାଧାରଣ ସମସ୍ୟା ହୋଇଯାଇଛି କହିଲେ ଚଳେ , କିନ୍ତୁ ଏହାକୁ ସହଜରେ ନେବା ଉଚିତ ନୁହେଁ, କିନ୍ତୁ ବର୍ତମାନ ବୟସ୍କ ମାନଙ୍କ ଅପେକ୍ଷା ଯୁବକ ମାନଙ୍କ ନିକଟରେ ଅଧିକ ହାର୍ଟ ଆଟାକ ସମସ୍ୟା ଦେଖାଯାଉଛି l ବିଶେଷ ଭାବରେ ୩୦ ବର୍ଷ ଅତିକ୍ରମ କରିଥିବା ଯୁବକ ମାନେ ଅଧିକ କାର୍ଡିଆକ ଆରେଷ୍ଟ ଦେଖିବାକୁ ମିଳୁଛି l
– କାର୍ଡିଆକ ଆରେଷ୍ଟ କଣ –
କାର୍ଡିଆକ ଆରେଷ୍ଟ ସେତେବେଳେ ହୋଇଥାଏ ଯେତେବେଳେ ହାର୍ଟ ବିଟ ଅଚାନକ ବନ୍ଦ ହୋଇଯାଇଥାଏ, ଏବଂ ଶରୀର କୁ ରକ୍ତ ପହଂଚିବା ବାଣ୍ଡ ହୋଇଯାଇଥାଏ l ଏହା ଗୋଟିଏ ଏମର୍ଜେନ୍ସି ସ୍ଥିତି ହୋଇଥାଏ, ଯଦି ଏପରି ସ୍ଥିତିରେ ଯଦି କିଛି ପଦକ୍ଷେପ ନିଆଯାଇ ନଥାଏ କାର୍ଡିଆକ ଆରେଷ୍ଟ ହୋଇଯାଇଥାଏ l
– ୩୦ + ରେ କାହିଁକି ପୁରୁଷ ମାନଙ୍କ ନିକଟରେ କାର୍ଡିଆକ ଆରେଷ୍ଟ ଦେଖାଯାଇଥାଏ –
ଭାରତୀୟ ହାର୍ଟ ଆସୋସିଏସନ ଅନୁସାରେ ଭାରତ ରେ ୫୦ ପ୍ରତିଶତ ହାର୍ଟ ଆଟାକ ୩୦ ରୁ ୪୦ ବର୍ଷ ଆୟୁ ମଧ୍ୟରେ ଅଧିକ ଦେଖିବାକୁ ମିଳୁଛି l ଯାହାକି ଆଜିର ଉତ୍ତେଜନାପୂର୍ଣ୍ଣ ଜୀବନଶୈଳୀ, ଅନିୟମିତତା ନିଦ୍ରା, ଜଙ୍କ ଫୁଡ ଅଧିକ ସେବନ, ଅଧିକ ଧୁମ୍ରପାନ, ଓ ଶାରୀରିକ ଗତିବିଧି ହ୍ରାସ l ଏହିସବୁ କାରଣ ଆଜିକାଲି ହାର୍ଟ ଆଟାକ ର କାରଣ ହେଉଛି l
– କିପରି ରଖିବେ ନିଜକୁ ସୁରକ୍ଷିତ =
– ପ୍ରତି ୩ମାସ କୁ ଥରେ ହେଲଥ ଚେକ ଅପ, ବିଶେଷ ଭାବରେ ପରିବାର ରେ ହାର୍ଟ ଆଟାକ ସମସ୍ୟା ଥିଲେ l
– ପ୍ରତିଦିନ ୩୦ ମିନିଟ ଚାଲିବା କିଂମ୍ବ ବ୍ୟାୟାମ କରିବା ସହିତ ବାଲାନ୍ସ ଡାଏଟ ଖାଇବା l
– ନିଶା ସେବନ ଠାରୁ ଦୁରେଇ ରହିବା l
– ଷ୍ଟ୍ରେସ ମ୍ୟାନେଜମେଣ୍ଟ ପାଇଁ ଯୋଗାସନ ଓ ବ୍ୟାୟାମ କରିବା l