Odisha news

ଜିଲ୍ଲାସ୍ତରୀୟ  ବିଶ୍ୱ ଦିବ୍ୟାଙ୍ଗ ଦିବସ ମହାସମାରୋହରେ ପାଳିତ, ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ ବାଣ୍ଟି  ଉତ୍ସାହିତ କଲେ ଗଞ୍ଜାମ ଜିଲ୍ଲାପରିଷଦ ସିଡିଓ ଓ ଗଞ୍ଜାମ ଏସପି 

0
ଛତ୍ରପୁର,୩/୧୨:  ଜିଲ୍ଲା ସମଗ୍ର ଶିକ୍ଷାଅଭିଯାନ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିଅମ ପରିସରରେ ଦୁଇ ଦିନ ଧରି ଚାଲିଥିବା ବିଶ୍ୱ ଦିବ୍ୟାଙ୍ଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆଜି ଉଦଯାପନୀ ଦିବସ ର ସକାଳ ୯ଟା ଷ୍ଟାଡିୟମ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା ହୋଇଥିଲା l ଏହାକୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ  ଅତିଥି ଭାବେ ଯୋଗଦେଇ ଏହି ରାଲିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ଉଦଯାପନୀ ସମରୋହ ରେ ଗଞ୍ଜାମ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଭି କୀର୍ତ୍ତି ଭାସନ ଓ ଗଞ୍ଜାମ ଏସପି ଜଗମୋହନ ମିନା ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ କରି ସେମାନଙ୍କୁ ଉତ୍ସାହିତ କରାଇଥିଲେ l   ଏହାସହିତ  ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l  ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଅମିତା ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ପରିଷଦର ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା,ସମଗ୍ର ଶିକ୍ଷାର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁଙ୍କସମେତ ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀମାନେ ଉପସ୍ଥିତ ଥିଲେ ।
Leave A Reply