Odisha news

କ୍ଷୟକ୍ଷତି ଅନୁଧ୍ୟାନ କରିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ

0
ଛତ୍ରପୁର,୨୨/୧୧ : ଚଳିତ ବର୍ଷ ବର୍ଷାର ଅଭାବ ଯୋଗୁଁ ଚାଷଜମି ଗୁଡିକ ନଷ୍ଟହୋଇଯାଇଛି । ଯାହାଫଳରେ ଚାଷୀ ମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି,ଏନେଇ ଗଞ୍ଜାମ ଜିଲ୍ଲା କବିସୁର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ପଂଚାୟତ ର ଜମି ଗୁଡିକ କ୍ଷୟକ୍ଷତି ଅନୁଧ୍ୟାନ  କରିବା ନେଇ ବହୁ ପଂଚାୟତବାସୀ ଗଂଜାମ ଜିଲ୍ଲା ର ଅତିରିକ୍ତ ଜିଲାପାଳ(ରାଜସ୍ୱ )ଦେବବ୍ରତସାହୁ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପଂଚାୟତ ର କୈାଣସି ଗ୍ରାମ ମୈାଜାକୁ କେନାଲ କିମ୍ବା ଉଠା ଜନସେଚନ ସୁବିଧା ନଥିବାରୁ ଆଜି ଏହି ଦୁର୍ଦ୍ଧଶା ଦେଖିବାକୁ ମିଳିଛି । ସରକାରଙ୍କ ଦ୍ୱାରା ପ୍ରଚଳିତ ମେଗା ଜଳପ୍ରକଳ୍ପ ନଥିବା ହେତୁ ଆଜି ମରୁଡି ଅବସ୍ଥା ହୋଇଛି । ଏଣୁ ସରକାରଙ୍କ ପକ୍ଷରୁ  ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ର ଅନୁଧ୍ୟାନ କରି ସହାୟତା ପ୍ରଦାନ କରିବା ନିମନ୍ତେ ଦାବୀ ହୋଇଛି, ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବଡମହୁରୀ ଗ୍ରାମପଂଚାୟତର ସରପଂଚ ନାରାୟଣ ବେହେରା , ଡମ୍ବୁରୁ ରାଉତ , ସିମାଞ୍ଚଳ ବେହେରା,ଟୁନା ରାଉଳ , ସୁର୍ଯ୍ୟନାରାୟଣ ଗୈାଡ,ବିପ୍ର ଚରଣ ବେହେରା ଙ୍କ ସମେତ ପଂଚାୟତ ର ବହୁ ଚାଷି ମାନେ ଉପସ୍ଥିତ ଥିଲେ ।
Govt
Leave A Reply