Odisha news

ଭୋଟର ସଚେତନତା ରଥକୁ ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

0
ଛତ୍ରପୁର,  ୫।୧୧  : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨୭ ରୁ ଭୋଟର ତାଲିକାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥି ନିମନ୍ତେ ଡିସେମ୍ବର       ୯  ତାରିଖ କୁ ଶେଷ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଛତ୍ରପୁର ଉପଖଣ୍ଡ ଅଧିନ    ୫ ଟି ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ସଚେତନ କରିବା ପାଇଁ  ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି।     ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସବୁଜ ପତକା ଦେଖାଇ ଏହି ଭୋଟର ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି । ଏହି ରଥ ଉପଖଣ୍ଡ ର  ସମସ୍ତ  ବ୍ଲକ ଓ  ଏନଏସି କୁ ବୁଲି ଭୋଟର ମାନଙ୍କୁ ସଚେତନ କରିବ ।  ଭୋଟର ସଚେତନତା ରଥ ଶୁଭାରମ୍ଭ ସମୟ ରେ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି ଆସିଷ୍ଟାଣ୍ଡ କଲେକ୍ଟର ଓମ ପ୍ରକାଶ ପରିଡା ଓ ପୁଷ୍ପାଞ୍ଜଳି କୃଷିକା, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ନାଜିର ସନ୍ତୋଷ ସାହୁ, ବରିଷ୍ଠ କିରାଣୀ ଭଗବାନ ଜେନା ଙ୍କ ସମେତ ବହୁ ବିଏଲଓ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆଗାମୀ ସାଧାରଣ ନିର୍ବାଚନ ପୁର୍ବରୁ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ୟ ରଖିଛନ୍ତି।୧୮ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ଯୋଗ୍ୟ ଭୋଟର ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ,ତ୍ରୁଟି ସଂଶୋଧନ ଓ ନାମ ବାଦ ଦେବାକୁ ଆବେଦନ କାରୀ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରି ପାରିବେ। ନଭେମ୍ବର ୫,୧୧,୧୯ ଓ ୨୫ ତାରିଖରେ ସ୍ବତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି।ଏହି ଦିନ ମାନଙ୍କରେ ବୁଥ ସ୍ତରୀୟ ଅଧିକାରୀ(ବିଏଲଓ) ନିକଟସ୍ଥ ମତଦାନ କେନ୍ଦ୍ରରେ ରହି ଆବେଦନ ଫର୍ମ ଗ୍ରହଣ କରିବେ।ଡିସେମ୍ବର ୯ ପର୍ଯ୍ୟନ୍ତ ତାଲିକାରେ ଯୋଗ,ବାଦ୍,ସଂଶୋଧନ ଏବଂ ସ୍ଥାନ ପରିବର୍ତ୍ତନ ଲାଗି ଆବେଦନ ଗ୍ରହଣ କରାଯିବ।ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଫର୍ମ-୬,ତାଲିକାରୁ ନାମ ବାଦ୍ ଦେବାକୁ ଫର୍ମ-୭ ଓ ତଥ୍ୟ ସଂଶୋଧନ କରିବା କୁ ଫର୍ମ-୮ ରେ ଆବେଦନ କରିବାକୁ କୁହାଯାଇଛି। ୨୦୨୪ ଜାନୁଆରୀ ୫ ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
Leave A Reply