Odisha news

ଭାରତୀୟ ବିରଳ ମୃତ୍ତିକ କମ୍ପାନୀର ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିବା ଦାବୀ ନେଇ : ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ମୃତକଙ୍କ ପରିବାର ବର୍ଗ

 କମ୍ପାନୀ ରମୁଖ୍ୟ ଫାଟକ ସମ୍ମୁଖରେଧାରଣା 

0
 ଛତ୍ରପୁର ,୧୭/୧୦ : ଛତ୍ରପୁର ଉପକଣ୍ଠ ମାଟିଖାଲ ସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆରଇଏଲ)କମ୍ପାନୀର କର୍ମଚାରୀଙ୍କ ମୃତ୍ୟୁପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାରେ ଅହେତୁକ ବିଳମ୍ବ ଯୋଗୁଁ ମୃତକ ପରିବାର ସଦସ୍ୟ ମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନଙ୍କୁ ନିଯୁକ୍ତି ଦାବୀ ନେଇ ଭାରତୀୟ ବିରଳ ମୃତ୍ତିକା କମ୍ପାନୀ (ଆଇଆରଇଏଲ)ର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ରେ ବସିଛନ୍ତି ମୃତକଙ୍କ ପରିବାର ସଦସ୍ୟ ଓ ଶ୍ରମିକ ନେତା ମାନେ । ମୃତକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଇଥିଲା ଏହା ସହିତ କମ୍ପାନୀ , ଜିଲ୍ଲାପ୍ରଶାସନ ଠାରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅବଗତ କାରଯାଇଥିଲା । କମ୍ପାନୀ କର୍ତ୍ତୃପକ୍ଷ ଏହା ପ୍ରତି ଗୁରୁତ୍ୱ ଦେଉ ନାହାଁନ୍ତି । ଯାହାଫଳରେ ମୃତକଙ୍କ ପରିବାର ବର୍ଗ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ନିଯୁକ୍ତି ପ୍ରଦାନ ଦେବା ନିମନ୍ତେ ବିଭିନ୍ନ ନୀୟମାବଳୀ ରହିଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିଯୁକ୍ତି ଦେବାରେ କାହିଁକି ବିଳମ୍ବ କରୁଛନ୍ତି । ଦାବୀ ପୂରଣ ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ମଧ୍ୟ ଆନ୍ଦୋଳନ କାରୀ ମାନେ କହିଥିଲେ । ସେମାନଙ୍କ ଆନ୍ଦୋଳନ କୁ ସମର୍ଥନ ଜଣାଇ ଶ୍ରମିକ ନେତା ଅଜୟ କୁମାର ଚୈାଧୂରୀ, ଛତ୍ରପୁର ଏନଏସିର ପୂର୍ବତନ ନଗରପାଳ ତଥା ଆଇନଜିବୀ ରାମଚନ୍ଦ୍ର ବେହେରା, ନାରୀନେତ୍ରୀ ନିଳାଦ୍ରୀ ପ୍ରଧାନ ଓ ଇଜୁ ଆମିନ୍ ଖାନ ପ୍ରମୁଖ ଧାରଣାରେ ସାମିଲ ହୋଇ ମୃତକଙ୍କ ପରିବାର ସଦସ୍ୟଙ୍କୁ କମ୍ପାନୀ ପକ୍ଷରୁ ତରନ୍ତ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଦାବୀ କରିଥିଲେ । ଏହି ଧାରଣାରେ ତପନ କୁମାର ପାତ୍ର, ଜିତୁ ରଣସିଂହ , ରଂଜିତ କୁମାର ବେହେରା, ମହମ୍ମଦ ନାସିରମୁଦିନ, ଅବନୀକାନ୍ତ ସାହୁ, ବାହିନୀପତି ବେହେରା, ବିନିତା କାଣ୍ଡରେଗା, ପ୍ରମିତା ପ୍ରଧାନ ଙ୍କ ସମେତ ବହୁ ମୃତକଙ୍କ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply