Odisha news

ଗାଡି ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ

0
ଛତ୍ରପୁର 18/8 : ଦିନ ଦ୍ୱି ପହରେ ଗାଡି ଡିକି ଭାଙ୍ଗି ଲୁଟ । ଛତ୍ରପୁର ଥାନା ଅନ୍ତର୍ଗତ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଏକ ଦୋକାନ ସମ୍ମୁଖରୁ ଗାଡି ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ ହୋଇଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ଛତ୍ରପୁର ଥାନା ଅନ୍ତର୍ଗତ କରାତଳି ଗ୍ରାମର ଗୌର ଖୁଣ୍ଟିଆ ଏକ ଯାଗା କିଣିବା ପାଇଁ ଛତ୍ରପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ମେନ ବ୍ରାଞ୍ଚ ରୁ ଲକ୍ଷେ ଟଙ୍କା ଉଠାଇ ନିଜ ଡିକିରେ ରଖିଥିଲେ । ପରେ ସେ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଏକ ଜେରକ୍ସ ଦୋକାନ କୁ ଜେରକ୍ସ କାଡିବା ପାଇଁ ଯାଇଥିଲେ । ଆସିଲା ବେଳକୁ ଡିକି ଖୋଲା ଥିବା ଦେଖିବାକୁ ପାଇଥିଲେ । ଏବଂ ଡିକିରୁ ସେ ରଖିଥିବା ଲକ୍ଷେ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ଛତ୍ରପୁର ଥାନାରେ ସେ ଅଭିଯୋଗ କରିଥିଲେ । ଛତ୍ରପୁର ଥାନା ପୋଲିସ୍ ବିଭିନ୍ନ ସ୍ଥାନରେ ସିସି ଟିଭି ଯାଂଚ କରୁଥିବା ଦେଖିବାକୁ ମିଳିଛି ।
Leave A Reply