ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ପିଇଓ, ଦାବୀ ପୂରଣ ନ ହେଲେ ରାଜରାସ୍ତା କୁ ଓଲ୍ହାଇବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ
ଛତ୍ରପୁର ,୧୮ା୮: ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ(ଓଡିଶା )ଡାକରାରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ( ପିଇଓ)ମାନେ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇରୁ ଗ୍ରାଜୁଏସନକୁ ବୃଦ୍ଧି ସହ ପ୍ରଲେବୁଲ ୫ (୨୧୭୦୦)ରୁ ୯ କୁ (୩୫,୪୦୦) ବୃଦ୍ଧି, ୧୦ ବର୍ଷ ଚାକିରି ପୂରଣ କରିଥିବା ପିଇଓଙ୍କ ପାଇଁ ସ୍ବତନ୍ତ୍ର ପଦବୀ ସୃଷ୍ଟି ଦାବିରେ ଧାରଣାରେ ବସିଛନ୍ତି,ସେମାନଙ୍କ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନ କୁ ତୀବ୍ର କରାଯିବ ସହିତ ରାଜ ରାସ୍ତା କୁ ଓଲ୍ହାଇବେ, ଏହା ସହିତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଗଞ୍ଜାମ ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ଚେତାବନୀ ଦେଇଛନ୍ତି, ଏହି ଆନ୍ଦୋଳନ ରେ ଜିଲ୍ଲା ସଭାପତି ବସନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ରଂଜିତ ପଣ୍ଡା, ଉପସଭାପତି ଉଧବ ସ୍ୱାଇଁ, କୋଷାଧ୍ୟକ୍ଷ ରାଜେନ୍ଦ୍ର ପଟ୍ଟନାୟକ, ସଂଗଠକ ଦୁର୍ଯ୍ୟୋଧନ ସେଠି,ସୁଧୀର ପ୍ରଧାନ ଙ୍କ ଜିଲ୍ଲାର ସମସ୍ତ ପିଇଓ ମାନେ ଉପସ୍ଥିତ ଥିଲେ ସୂଚନା ଯୋଗ୍ୟ ଯେ,ସରକାର ଙ୍କ ସମସ୍ତ କାର୍ଯ୍ୟ ସଠିକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି, ମାତ୍ର ସରକାର ଙ୍କ ପକ୍ଷରୁ ସେମାନଂକୁ ଅଣଦେଖା କରାଯାଉଛି, ସେମାନଙ୍କ ଦାବୀ ଗୁଡିକ ପୂରଣ କରିବା ଦାବୀ ନେଇ ଗତ ଅଗଷ୍ଟ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତରେ କଳା ବ୍ୟାଚ ପରିଧାନ କରି ପିଇଓ ମାନେ କାର୍ଯ୍ୟ କରିଥିଲେ ସୁଦ୍ଧା କୌଣସି ସଫଳ ନ ମିଳିବାରୁ ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଫିସ ସାମ୍ନାରେ ଦାବି ଗୁଡିକ ତୁରନ୍ତ ପୂରଣ କରିବା ନେଇ ଆନ୍ଦୋଳନ ଓଲ୍ହାଇବା ସହ ଗଣ ଧାରଣା ରେ ବସି ରହିଛନ୍ତି l