ଛତ୍ରପୁର, ,୧୯।୭ : ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ପଞ୍ଜିକରଣ ସରଳୀକରଣ କରି ଚାଷୀ ଓ ଭାଗଚାଷୀ ଙ୍କ ନାମ ପଞ୍ଜିକରଣ କରିବା ସହିତ ବିଭିନ୍ନ ଦାବୀ ନେଇ ବୁଧବାର ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଲିନା କୁମାରୀ ଖେସ ଙ୍କୁ ପ୍ରଦାନ କରାଯାଇଛି l ଚଳିତ ବର୍ଷ ନୂଆ ନିୟମ କରାଯାଇ ଯେଉଁ ଚାଷୀଙ୍କ ଜମି ବିଭିନ୍ନ ପଞ୍ଚାୟତରେ ରହିଛି, ସେହି ପଂଚାୟତରେ ଥିବା ସୋସାଇଟି,ମହିଳା ଗ୍ରୁପ ଜରିଆରେ ଚାଷୀଙ୍କ ନାମ ପଞ୍ଜିକରଣ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି l ଯାହା ଫଳରେ ଜଣେ ଚାଷୀଙ୍କ ଦୁଇ ତିନି ଜାଗାରେ ଥିବା ଜମି ପାଇଁ 3 ଗୋଟି ଏଜେନ୍ସି କୁ ଯାଇ ପଞ୍ଜିକରଣ କରି ପୁଣି ଧାନ ନେଇ ବିକିବା କଷ୍ଟକର ହେବ ବୋଲି ସେମାନେ ଦାବି କରିଛନ୍ତି l ସେହିପରି ଜିଲ୍ଲାରେ 50 ଭାଗ ଜମିରୁ ଅଧିକ ଜମି ଭାଗ ଚାଷ କରୁଛନ୍ତି,ପୂର୍ବରୁ 20 ହଜାର ଭାଗ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରୁଥିଲେ l ବର୍ତ୍ତମାନ 2 ହଜାର ଭାଗ ଚାଷୀ ପଞ୍ଜିକରଣ କରିପାରୁନାହାନ୍ତି l ଫଳରେ ସେମାନେ ମଧ୍ୟସ୍ତି ବେପାରୀଙ୍କୁ ବିକ୍ରି କରି କ୍ଷତି ସହୁଛନ୍ତି l ଏଣୁ ବିଗତ ବର୍ଷ ଭଳି ରାଜସ୍ବ କୃଷି ବିଭାଗ ଏବଂ ଗ୍ରାମ୍ୟ କମିଟିର ଅନୁମୋଦନ କ୍ରମେ ଭାଗଚାଷି ଙ୍କ ନାମ ପଞ୍ଜିକରଣ କରାଯିବା ସହିତ ଅନ୍ୟାନ୍ୟ ଦାବି ସମ୍ପର୍କ ରେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବି କରାଯାଇଛି l ଏହି ଦାବିପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ବରିଷ୍ଠ କଂଗ୍ରେସ ନେତା ଭାଗିରଥି ବେହେରା, ଚାଷୀ କାଙ୍ଗାଳି ସାହୁ, ମୋହନ ପଢିଆରି, ବିପ୍ର ଚରଣ ସାହୁ, ଶିବରାମ ମହାନ୍ତି, ଅମର କୁମାର ମହାନ୍ତି, ନିରଞ୍ଜନ ଲେଙ୍କା, ମହେଶ୍ୱର ସାହୁ ଓ ରାଜେନ୍ଦ୍ର ପରିଡା ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ l
