Odisha news

ରୁକୁଣୀଗାଁ ସେବା ସମବାୟ ସମିତିର ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା

0

ଛତ୍ରପୁର 23.03 ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତର ରୁକୁଣୀ ଗାଁ ସେବା ସମବାୟ  ସମିତି ପକ୍ଷରୁ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l  ସମିତିର ସଭାପତି ଅlଦିକନ୍ଧ ଶତପଥୀଙ୍କ   ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ସମବାୟ ସମିତିର ସହକାରୀ ନିବନ୍ଧକ  ଯୋଗମlୟl ସାବତ  ମୁଖ୍ୟ ଅତିଥିଭାବେ  ଯୋଗଦେଇ    ଚାଷୀମାନେ କିପରି ୧ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପାଇପାରିବେ ତାହା ଉପରେ ଅବଗତ କରିଥିଲେ l ଏହା  ସହ   ଭାଗଚାଷୀ କିପରି ବଳରାମ ଯୋଜନାରେ ୫ ଜଣ ଗୋଷ୍ଠୀ  ମାଧ୍ୟମରେ ଋଣ ନେଇପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ l    ସରକାରଙ୍କ ଏହି ଆଭିମୁଖ୍ୟ କୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ବୋଲି  ଚାଷୀଙ୍କୁ ଅବଗତ କରାଯାଇଥିଲା  l ରୁକୁଣୀଗାଁ ସେବା ସମବାୟ ସମିତିର ନିଜସ୍ୱ  ଗୋଦାମ ଗୃହ ନଥିବାରୁ ସେ ସମ୍ୱନ୍ଧରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିଗୋଚର କରାଯିବାକୁ ଆଲୋଚନା ହୋଇଥିଲା l  ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ପ୍ରତିମା ଦାସ, ସମିତିସଭ୍ୟ ରାମ ପରିଡା, ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ନିରଞ୍ଜନ ନାୟକ, ସମିତିର ସମ୍ପାଦକ ପଙ୍କଜ ରଥ, ସହସମ୍ପlଦକ ତାରିଣୀ ମିଶ୍ର, ବିଜୟ ପରିଡା, ସନ୍ତୋଷ ମିଶ୍ରଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ l

Nalco
Leave A Reply