ତାଳଚେର ତା ୨୩/୩ ତାଳଚେର ପୌରାଚଂଳର ହାଟତୋଟା ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସହିଦ୍ ସ୍ତମ୍ଭ ଠାରେ ଆମ୍ ଆଦ୍ମୀ ପାର୍ଟି ତରଫରୁ ସହିଦ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ଜ୍ୟୋତି ରଂଜନ ପଣ୍ଡାଙ୍କ ନେତୃତ୍ୱରେ ସଦସ୍ୟମାନେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଭାରତମାତାର ସୁପୁତ୍ର ଦେଶର ସ୍ୱାଧୀନତା ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ସହିଦ୍ ଭଗତ୍ ସିଂ, ରାଜଗୁରୁ ଓ ସୁଖଦେବଙ୍କୁ ସହିଦ୍ ଦିବସରେ ମନେ ପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହା ସହିତ ନିକଟରେ ଥିବା କାରଗିଲ୍ ସହିଦ୍ ରଂଜନ ମହାନ୍ତିଙ୍କ ପ୍ରତିମୂର୍ତିରେ ମଧ୍ୟ ସଦସ୍ୟମାନେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସମସ୍ତ କାର୍ଯ୍ୟକର୍ତାଙ୍କୁ ମାଟି ମାତୃଭୂମୀ ସେବା ପାଇଁ ସଂକଳ୍ପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀକା ଶୋଭାଗିନୀ ଦେବୀ, ଶରତ ଚନ୍ଦ୍ର ଦାସ, ପଙ୍କଜ ନାଏକ, ଜିଲ୍ଲା ସଂଗଠନର ସାଧାରଣ ସଂପାଦକ ରଂଜିତ୍ କୁମାର ମହାପାତ୍ର, ଆଲୋକ ଭୂତିଆ, ଟୁକୁନ୍ ମହାପାତ୍ର, ଅନକୂଳ ନାଏକ, ଅକ୍ଷୟ ନାଏକ, ଶ୍ରୀତମ ନାଏକ, ରିଂକୁ ନାଏକ ପ୍ରମୁଖ ଆମ୍ ଆଦ୍ମୀ ପାର୍ଟିର ସଦସ୍ୟମାନେ ଯୋଗଦେଇଥିଲେ ।
