Odisha news

ଗୀତା ପ୍ରଚାର ମଣ୍ଡଳୀ : ଭାରତ ଏବଂ ଜୟ ଜଗନ୍ନାଥ ଏଜୁକେସନ ଟ୍ରଷ୍ଟପକ୍ଷରୁ ଛତ୍ରପୁର ଠାରେ ଗୀତା ସମ୍ମାନ ସମାରୋହ

0

ଛତ୍ରପୁର ୨୪/୨ : ଗୀତା ପ୍ରଚାର ମଣ୍ଡଳୀ – ଭାରତ ଏବଂ ଜୟ ଜଗନ୍ନାଥ ଏଜୁକେସନ ଟ୍ରଷ୍ଟ (ସୁରତ) ଆନୁକୂଲ୍ୟରେ ସ୍ଥାନୀୟ ତାଡେପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୀତା ସମ୍ମାନ ସମାରୋହ ସଂଯୋଜକ ସନାତନ ସାମନ୍ତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବାଣୀ ବିଭୂଷଣ ଭାସ୍କର ଜଗନ୍ନାଥ ପଣ୍ଡା, ଅଗସ୍ତି ନୂଆଗାଁ ସ୍ଥିତ ଚିଦାନନ୍ଦ ଦିବ୍ୟ ଧାମ ପ୍ରତିଷ୍ଠାତା ବିପ୍ର ଚରଣ ପାତ୍ର, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା କବି ନିରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ରବିନ୍ଦ୍ର ନାଥ ଦାଶ, ଟ୍ରଷ୍ଟର ଉପଦେଷ୍ଟା ସତ୍ୟ ନାରାୟଣ ଆଚାର୍ଯ୍ୟ, ପ୍ରଭାତ କୁମାର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଗୀତା ପ୍ରଚାର ମଣ୍ଡଳୀ (ସୁରତ) ତରଫରୁ ଗୀତା ଜୟନ୍ତି ଉପଲକ୍ଷେ ଶ୍ରୀମଦ୍ ଭଗବତ୍ ଗୀତା କଣ୍ଠ ପାଠ ସ୍ୱର୍ଧା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ବହୁ ରାଜ୍ୟ ଏବଂ ଓଡିଶାର ବିଭିନ୍ନ ଜିଲ୍ଲାର ୧୨୪ ଜଣ ପ୍ରତି ଯୋଗୀ ଭାଗ ନେଇଥିଲେ । ଏଥିରେ ଛତ୍ରପୁରର ତେଜସ୍ୱରୀ ପ୍ରିୟଦର୍ଶିନୀ ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଅତିଥି ମାନଙ୍କ ଦ୍ୱାରା ଗୀତା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ଚଂଚଳା ବେହେରା ଏବଂ ବିଳାସିନୀ ଦାଶଙ୍କ ସମେତ ବହୁ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତେଜଶ୍ୱରୀ ପ୍ରିୟଦର୍ଶିନୀ ନାୟକଙ୍କ ଗାଇଡ୍ ଭାବେ ଶର୍ମିଳା ବେହେରା ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯୂବ ଭାଷ୍ୟକାର ତୁଷାର ଶତପଥି ସଂଯୋଜନା କରିଥିଲେ ।

Nalco
Leave A Reply