Odisha news

ସ୍ଥାୟୀ ନିଯୁକ୍ତି ଦାବି ନେଇ ସ୍ଵାସ୍ଥ୍ୟ ଠିକା କର୍ମଚାରୀଙ୍କ ଆନ୍ଦୋଳନ

0
ଛତ୍ରପୁର,୧୪/୧୧: ଓଡ଼ିଶା ସରକାର ଗତ ମାସ ୨୨ତାରିଖ ରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ ଘୋଷଣା କରିଥିଲେ ମଧ୍ୟ ସ୍ଵାସ୍ଥ୍ୟ ବିଭାଗ ଭଳି ଅତି ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଦୀର୍ଘ ପନ୍ଦର ବର୍ଷରୁ ଉର୍ଧ୍ଵ ସମୟ ଧରି କାର୍ଯ୍ୟ କରିଆସୁଥିବା ଜାତୀୟ ସ୍ୱାସ୍ଥ୍ୟ ମିସନ ଓ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ଵାରା ଠିକା ନିଯୁକ୍ତି ପାଇଥିବା ବହୁ ଠିକା କର୍ମଚାରୀ ନିୟମିତ ହେବ ପ୍ରକ୍ରିୟାରେ ବଞ୍ଚିତ ହୋଇଛନ୍ତି l ଏପରିକି ଏହି କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ସଫଳତା ପାଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇପାରିଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି କର୍ମଚାରୀ ମାନେ ନିୟମିତ ପ୍ରକ୍ରିୟାରେ ବଞ୍ଚିତ ହୋଇଛନ୍ତି। ନିଜର ସ୍ଥାୟୀ ନିଯୁକ୍ତି ଏକମାତ୍ର ଦାବି ନେଇ ଓଡ଼ିଶା ସ୍ଵାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଆହ୍ୱାନ କ୍ରମେ ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ନିଜ ନିଜ କର୍ମକ୍ଷେତ୍ରରେ ହଳଦିଆ ବ୍ୟାଜ୍ ପିନ୍ଧି ଅସହଯୋଗ ଆନ୍ଦୋଳନ ଆରମ୍ଭ କରାଯାଇଛି
ଏହିକ୍ରମରେ ଆଜି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟରତ ଠିକା କର୍ମଚାରୀ ମାନେ ହଳଦିଆ ବ୍ୟାଜ୍ ପରିଧାନ କରି ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରି ସରକାରଙ୍କୁ ଦାବି ଜଣାଇଛନ୍ତି। ଏହାସହ ଅଧିକ୍ଷକ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଏହି ଠିକା କର୍ମଚାରୀ ହଳଦିଆ ବ୍ୟାଜ୍  ପରିଧାନ କରି କାର୍ଯ୍ୟ କରିବେ। ଯଦି ସରକାର ସ୍ଥାୟୀ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ଓଡ଼ିଶା ସ୍ଵାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ନିଷ୍ପତି କ୍ରମେ ୨୧ ତାରିଖ ରେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି। ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ଆଇ ସି ଟି ସି କାଉନସିଲର ଡଃ ସନ୍ତୋଷ କୁମାର ରାଜୁ, ବି ଡି ଏମ ଗତିକୃଷ୍ଣ ପଣ୍ଡା, ଏସ୍ ଟି ଏସ ପ୍ରଭାତ କୁମାର ସାହୁ, ଏନ୍ ସି ଡି କାଉନସିଲର ଡି ଦେବହରି ରେଡ଼ି, ଆଇ ସି ଟି ଏସ ଲାବ ଟେକ୍ନିସିଆନ ପଦ୍ମାନନ୍ଦ ଗନ୍ତାୟତ, ଅପଥାଲାମିକ୍ ଆସିଷ୍ଟାଣ୍ଟ ପ୍ରଦୀପ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Govt
Leave A Reply