Odisha news

ଛତ୍ରପୁର ଏନଏସି ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ, ସଫେଇ କର୍ମଚାରୀ ମାନଙ୍କୁ ନିଜ ହାତରେ ଖାଦ୍ୟ ପରସିଲେ ବିଧାୟକ ଓ ଡୁଡା ପିଡି

0

ଛତ୍ରପୁର ୦୯/୧୧ ; ଛତ୍ରପୁର ଏନଏସିକୁ ସ୍ୱଚ୍ଛ ରଖିବା ପାଇଁ ନିଷ୍ଠାପର ଭାବେ କାମ କରୁଛନ୍ତି ସଫେଇ କର୍ମଚାରୀ ମାନେ । ସେମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଲାଗି ଏନଏସି ପକ୍ଷରୁ ବୁଧବାର ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରେ ଏକ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ କାଉନସିଲର ମାନେ ଯୋଗ ଦେଇ ସମସ୍ତ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କୁ ଖାଦ୍ୟ ପରସି ଉତ୍ସାହିତ କରିଥିଲେ । ଶେଷରେ ୭ ଜଣ ସଫେଇ କର୍ମଚାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

Nalco
Leave A Reply