Odisha news

ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଚତୁର୍ଥ ଦିନରେ ; ମାଙ୍କୁ ଦର୍ଶନ କଲେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ

0
ଛତ୍ରପୁର ୧୨/୧୦ : ପବିତ୍ର କୁମାର ପୂର୍ଣ୍ଣିମା ଦିନ ଠାରୁ ଛତ୍ରପୁର ସ୍ଥିତ ଲୋୟାର ବସଷ୍ଟାଣ୍ଡ ଲକ୍ଷ୍ମୀ ବଜାର ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ବୁଧବାର ଚତୁର୍ଥ ଦିନରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଯୋଗ ଦେଇ ମାଙ୍କ ଦର୍ଶନ କରିଥିଲେ । ପଣ୍ଡିତ ଡଃ ସରୋଜ ଶତପଥି ଙ୍କ ପୌରହିତରେ ସୁର୍ଯ୍ୟପୂଜା, ଗ୍ରହପୂଜା, ଗଜଲକ୍ଷ୍ମୀଙ୍କ ଷୋଡଶପଚାର, ସନ୍ଧ୍ୟାରେ ମାଙ୍କ ୧୦୮ ଆଳତୀ, ହୋମ, ପୂଜା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇ ମାଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିଥିଲେ । ମହିଳାଙ୍କ ହୁଳୁହୁଳି ଏବଂ ପୁରୁଷ ମାନଙ୍କ ହରିବୋଲ ନାଦରେ ସାରା ପୂଜା ମଣ୍ଡପ ପ୍ରକମ୍ପିତ ହେଉଥିବା ବେଳେ ପୁରୋହିତଙ୍କ ମନ୍ତ୍ରଧ୍ୱନିରେ କମ୍ପି ଉଠିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, କର୍ତ୍ତା ପ୍ରଶାନ୍ତ କୁମାର ମହାରଣା ଓ ଏସ୍‌. ପ୍ରବୀଣ କୁମାର, ଉପସଭାପତି ମନୋଜ କୁମାର ସାହୁ,ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଂଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢୀ, ସନ୍ତୋଷ ଚୌଧୂରୀ, ରବି ନାରାୟଣ ବେହେରା, ଅଖିଳ ପାଣିଗ୍ରାହୀ, ସୁଦାମ ରାଉଳ, ସରୋଜ କୁମାର ସାମଲ, କେ. କମଳ କର ଓ ଭି. ରମେଶ ରାଓଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ପରିଚାଳନା କରିଛନ୍ତି ।
Nalco
Leave A Reply