Odisha news

ବଣାଇ ଉପଖଣ୍ଡ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ

0
ବଣାଇ,୧୨/୧୦: ଆଜି ବଣାଇ ରାଜା ବହୁମୁଖୀ ଖେଳ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ  ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ! ଏଥିରେ ଚାରି ଗୋଟି ବ୍ଲକର ୧୭ ବର୍ଷରୁ କମ ବୟସର ଫୁଟବଲ ଖେଳାଳି ମାନେ ଯୋଗଦେଇ ଥିବା ଦେଖିବାକୁ ମିଳିଛି ! ଉଦଘାଟନୀ ଉତ୍ସବରେ  ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଯୋଗ ଦେଇଥିବା ବେଳେ ସ୍ନମ୍ମାନିତ ଅତିଥି ଭାବେ ବଣାଇ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ କୁମାର ମୁଣ୍ଡ, ଗୁରୁଣ୍ଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀ ,ଲହୁଣୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ବନରିଆ , ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କବିତା ମହାନ୍ତ , ବିଦ୍ୟାଳୟ ପିଟିଏ ସଭାପତି ମନୋଜ ସାଥୁଆ ପ୍ରମୁଖ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମ କୁ ଗୋଗୁଆ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରଫୁଲ କୁମାର ସାହୁ ସଂଯୋଜନା କରିଥିବା ଜଣାପଡିଛି ! ମୁଖ୍ୟ ଅତିଥି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ହକି ଇଣ୍ଡିଆକୁ ଦେଶରେ ସର୍ବୋତ୍ତମ ସ୍ଥାନରେ ପହଞ୍ଚାଇ ସାରିଥିବା ବେଳେ ବର୍ତମାନ ଫୁଟବଲ ପ୍ରତି ଆଗ୍ରହ ପ୍ରକାଶ କରି ଓଡ଼ିଶାରେ ଥିବାବିଦ୍ୟାଳୟ ମାନଙ୍କୁ ପ୍ରାୟ ୪୪ ହଜାର ଫୁଟବଲ ପ୍ରଦାନ କରିଥିବା ବେଳେ ବଣାଇ ଉପଖଣ୍ଡ ବିଦ୍ୟାଳୟ ସମୂହକୁ ୪୩୪ ଟି ଫୁଟବଲ ପ୍ରଦାନ କରିଥିବା ସୂଚନା ପ୍ରଦାନ କରିଥିଲେ, ସେ ଆହୁରି ମଧ୍ୟ କହିଥିଲେ ପାଠ ପଢିବା ସହିତ ଶାରୀରିକ ଦକ୍ଷତା ପ୍ରଦର୍ଶନ କରି ଖେଳିବା ଉଚିତ ! ପ୍ରଥମ ଖେଳଟି କୋଇଡା ଓ ବଣାଇ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଟ୍ରାଇବ୍ରେକର ଜରିଆରେ ୪/୩ ଗୋଲ ବ୍ୟବଧାନରେ ଉପର ରାଉଣ୍ଡକୁ ଯାଇଥିବା ଜଣାପଡିଛି ! ଏହି ଖେଳ ଗୁଡିକୁ ରେଫରୀ ଭାବେ  ବୁଲୁ ସ୍ୱାଇଁ, ତ୍ରିଲୋଚନ କିସାନ , ଗିରିଶ ସାହୁ ଏବଂ ଅଂଚଳର କ୍ରୀଡା ଶିକ୍ଷକ ମାନେ ଖେଳାଉ ଥିବା ବେଳେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ରେଫରୀ ଦୁର୍ଗା ମାଧବ ନାୟକ ତଦାରଖ କରିଥିଲେ ! ସେଇଭଳି ଉଦ୍ଯାପନୀ ଉତ୍ସବରେ ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଅମୁଲ୍ୟ ପ୍ରଧାନ ଯୋଗ ଦେଇ ସୁନ୍ଦରଗଡ ଜିଲ୍ଲା ହକିରେ ଯେପରି ନାମ କରିଛି ଠିକ ସେଇଭଳି ଫୁଟବଲ ମଧ୍ୟ ନାମ କରୁ ବୋଲି କହିଥିଲେ ! ଫାଇନାଲ ବାଳକ ବର୍ଗରେ ଗୁରୁଣ୍ଡିଆକୁ କୋଇଡା ଦଳ ୨/୬ଗାଲରେ ହରାଇ ଥିବା ବେଳେ ବାଳିକା ବର୍ଗରେ କୋଇଡା ଦଳକୁ ଗୁରୁଣ୍ଡିଆ ଦଳ 0/୧ ଗୋଲ ଦେଇ ଦଳଗତ ଚମ୍ପିୟାନ ହୋଇଥିବା ଜଣାପଡିଛି
Nalco
Leave A Reply