Odisha news

କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ରେ ଶୋକସଭା

0
ଛତ୍ରପୁର, 22/9: ସ୍ଥାନୀୟ  ବ୍ଲକ ଅଧୀନସ୍ଥ ନରେନ୍ଦ୍ର ପୁର ଠାରେ ଅବସ୍ଥାପିତ  କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର ପୂର୍ବତନ ପରିଚାଳନା କମିଟି ସଭାପତି ତଥା ଛତ୍ରପୁର ର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ ଙ୍କ ଆକସ୍ମିକ ଦେହାନ୍ତରେ ସମଗ୍ର ମହାବିଦ୍ୟାଳୟ ରେ ଶୋକର ଲହରୀ ଖେଳି ଯାଇଛି। ତାଙ୍କରି ଏହି ଆକସ୍ମିକ ବିୟୋଗ ଫଳରେ ମହାବିଦ୍ୟାଳୟ ରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ର ଅଧ୍ୟକ୍ଷ ଡ଼.ପ୍ରଫୁଲ୍ଲ କୁମାର ପାଳ ଓ ଭୂପତି ସାହୁଙ୍କ ନେତୃତ୍ୱରେ ଏକ ଶୋକସଭା ଅନଷ୍ଠିତ ହୋଇଯାଇଛି । ଶତାଧିକ ଛାତ୍ର ଛାତ୍ରୀ ଙ୍କ ଗହଣରେ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ଡ଼ . ସତୀଶ ପ୍ରସାଦ ନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ ଓ ସ୍ବର୍ଗତ ସେଠୀ ଙ୍କ ଫୋଟ ଚିତ୍ରରେ ପୁଷ୍ପ ଅର୍ଘ  ଅର୍ପଣ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚରୀ ଉପସ୍ଥିତ ରହି ସ୍ବର୍ଗତ ଆତ୍ମା ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିବା ସହିତ ତାଙ୍କର ସ୍ମୁତି ଚାରଣ କରିଥିଲେ।
Nalco
Leave A Reply