Odisha news

ଛତ୍ରପୁର ରେ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ଓ କାଉନସିଲରଙ୍କ ପାଇଁ ପ୍ରଚାର କଲେ ସିନେ ତାରକା ଅମ୍ଲାନ

0

ଛତ୍ରପୁର ୨୧/୦୩ ; ନିର୍ବାଚନକୁ ଆଉ ରହିଲା ତିନି ଦିନ । ଏନଏସି ଅଧ୍ୟକ୍ଷା ସମେତ କାଉନସିଲର ପଦବୀ ହାତେଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ କରାଯାଇଥିବା ବେଳେ ସୋମବାର ଛତ୍ରପୁର ବିଜେପି ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମକୁ ଜୋରସୋରରେ କରାଯାଇଛି । ସ୍ଥାନୀୟ ପୁତ୍ତି ଗୋପାଳପୁର ସ୍ଥିତ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହରର ଗଳି କନ୍ଦି ବୁଲି ଏନଏସି ର ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥିନୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଷ୍ଟାର ପ୍ରଚାରକ ଭାବେ ଓଲିଓଡ୍ ଜଗତର ଖ୍ୟାତିନାମା ଅଭିନେତା ଅମ୍ଲାନ ଦାସ ପ୍ରଚାର କରିଛନ୍ତିୁା ଏହି ଶୋଭାଯାତ୍ରାରେ ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ ରାଉଳ, ଗଞ୍ଜାମର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଯୁବନେତା କେ. ଚନ୍ଦ୍ର ଶେଖର ରେଡ୍ଡି, ଆଇନଜିବୀ ପ୍ରଦୀପ କୁମାର ପାଢୀ, ଡି.ଜଗଦୀଶ ରାଓଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ୍ ରହି ଥିଲେ ।

Leave A Reply