Odisha news

ଦୁଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସ୍ୱଚ୍ଛତା ଓ ରୋଗୀ ସେବା କାର୍ଯ୍ୟକୁ ବୁଲି ଦେଖିଲେ ଦୁଇଜଣିଆ କାୟାକଳ୍ପ ଟିମ

0

ଛତ୍ରପୁର,୨୫/୧ : ଆଜି ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ନୋଳିଆ ନୂଆଗାଁ ଓ ଚମାଖଣ୍ଡି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଦୁଇ ଜଣିଆ କାୟାକଳ୍ପ ଟିମ୍ ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଟିମ ରେ ସିଟି ହଷ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ବିଶ୍ୱମ୍ବର ବେହେରା ଓ ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ୍ ର ତଥ୍ୟ ଅଧିକାରୀ ଡାକ୍ତର ଦେବାଶିଷ ସାମଲ ରହିଛନ୍ତି । ଦୁହେଁ ପ୍ରଥମେ ନୋଳିଆ ନୁଆଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ବୁଲି ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଓ ରୋଗୀ ସେବା ସମେତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ପରେ ଚମାଖଣ୍ଡି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ବୁଲି ସ୍ୱଚ୍ଛତା, ସୌନ୍ଦର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ କିରଣ କୁମାର ପଣ୍ଡା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଲକ୍ଷ୍ମୀ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ । ଏହି ପରିଦର୍ଶନ ବେଳେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁ, ବିପିଏମ ସିମାଂଚଳ ପ୍ରଧାନ, ନୋଳିଆ ନୂଆଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ର ଅଧିକାରୀ ଡାକ୍ତର ତପସ୍ୱିନୀ ପାତ୍ର, ଫାର୍ମାସିଷ୍ଟ ବମକିନ ମିଶ୍ର, ସୁପରଭାଇଜର ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.