Odisha news

ଢାବା ନିକଟରୁ ବିପୁଳ ପରିମାଣର ପେଟ୍ରୋଲ ଏବଂ ଡିଜେଲ ସହ ଦୁଇ ଟେଙ୍କର ଜବତ

0
ବୈଶିଙ୍ଗା–୨୫/୧–ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ବୈଶିଙ୍ଗା – ବେତନଟୀ ରାସ୍ତାର ଖଇରିବଣି ନିକଟରେ ଥିବା ଏକ ଢାବା ନିକଟରୁ ବୈଶିଙ୍ଗା ପୁଲିସ ବ୍ୟାପକ ପରିମାଣର ଚୋରାରେ ବିକ୍ରି ହେବା ପାଇଁ ଯାଉଥିବା ଡିଜେଲ-ପେଟ୍ରୋଲ ଜବତ କରିବା ସହ ଦୁଇଟି ଟ୍ଯାଙ୍କର ଜବତ, ଏଥି ସହିତ ତିନି ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ୧୮ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା କେତେକ ଢାବାରେ ବ୍ୟାପକ ଭାବେ ଚୋରା ଡିଜେଲ- ପେଟ୍ରୋଲ ସମେତ ଦେଶୀ ଓ ବିଦେଶୀ ମଦ ଓ ବିଭିନ୍ନ ମାଦକ ଦ୍ରବ୍ୟର ଚୋରା କାରବାର ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ବେଳେ ବୈଶିଙ୍ଗା ଥାନାରେ ନୂତନ ଭାବେ ଯୋଗ ଦେଇ ଥିବା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସେମାନଙ୍କୁ ସତର୍କ କରାଇଥିଲେ ମଧ୍ୟ ସେମାନେ ଏହାକୁ ବେଖାତିର କରି ନିଜର ବ୍ୟବସାୟ ଚଲାଇ ଆସୁଛନ୍ତି। ମଙ୍ଗଳବାର ପୁଲିସ ଖବର ପାଇ ଅତର୍କିତ ଚଢାଉ କରି ୧୦୦ ଲି ଡିଜେଲ ଜବତ କରିବା ସହ ଦୁଇଟି ଟ୍ଯାଙ୍କର( ଜେଏଚ-୦୫ ସିଇ-୧୪୪୪ ଓ ଜେଏଚ-୦୫-ବିଇ-୮୮୨୨) ଜବତ କରି ଦୁଇ ଚାଳକ ସମେତ ଢାବା ମାଲିକକୁ ଗିରଫ କରିବା ସହ ମାମଲା ରୁଜୁ କରି ସେମାନଙ୍କୁ ଅଦାଲତ ଚାଲାଣ କରିଥିଲେ। ଏହି ଚୋରା କାରବାରକୁ ରୋକିବା ପାଇଁ ଜନ ସଚେତନତାର ଆବଶ୍ୟକତା ରହିଥିବା ବେଳେ ଆମ ପୁଲିସ ସମିତିର ବିଜ୍ଞ ସଦସ୍ୟ ମାନେ ଏଥିପ୍ରତି ଧ୍ୟାନ ଦେବା ସହ ପୁଲିସକୁ ସହଯୋଗ କଲେ ଚୋରା କାରବାର ରୋକିବ ବୋଲି ସଚେତନ ନାଗରିକ ମତବ୍ୟକ୍ତ କରିଛନ୍ତି।
Leave A Reply

Your email address will not be published.