ରଣପୁର : ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଜ୍ରକୋଟ ଗ୍ରାମପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ଭିତରୁ ଜଣେ ଅଜଣା ବ୍ୟକ୍ତି ଙ୍କ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ରଣପୁର ପୋଲିସ l ପୋଲିସ ସୂଚନା ଅନୁସାରେ ମଙ୍ଗଳ ବାର ସକାଳ ସମୟରେ ରଣପୁର ଥାନା ଅନ୍ତ୍ରଗତ ଅସୁରୀ କୁମାରୀ ଜଙ୍ଗଲ ନିକଟ କୃଷ୍ଣଚନ୍ଦ୍ରପୁର ଗ୍ରାମ ଉପର ଜଙ୍ଗଲ କୁ ସେହି ଗ୍ରାମ ର କିଛି ଲୋକ ଜାଳେଣି କାଠ ପାଇଁ ଯାଇଥିବା ବେଳେ ଜଣେ ବ୍ୟକ୍ତି ଙ୍କ ଶବ ପଡିଥିବା ଦେଖିବାକୁ ପାଇଁ ଥିଲେ ତେବେ ସଙ୍ଗେ ସଙ୍ଗେ ଏନେଇ ରଣପୁର ପୋଲିସ କୁ ଖବର ଦେବାରୁ ରଣପୁର ପୋଲିସ ସବଇନ୍ସପେକେଟର ପ୍ରୀତି ପ୍ରକାଶ ମହାନ୍ତି ତାଙ୍କ ଟିମ ସହିତ ଜଙ୍ଗଲ ରେ ପ୍ରାୟ ତିନି କିଲୋମିଟର ଯାଇ ଶବ କୁ ଜବତ କରିବା ସହ ରଣପୁର ମେଡିକାଲ କୁ ଆଣି ଶବ ପଞ୍ଚନାମା କରି ତଦନ୍ତ ଜାରୀ ରଖିଛି ତେବେ ପ୍ରାଥମିକ ତଦନ୍ତ ରୁ ଦୁଇ ପୂର୍ବରୁ ଉକ୍ତ ବ୍ୟକ୍ତି ମୁର୍ତ୍ୟୁ ହୋଇଥିବା ଅନୁମାନ କରାଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ଶବ ପରିଚୟ ମିଳିପାରି ନାହିଁ ଯେ କୋୖଣସି ବ୍ୟକ୍ତି ଶବ ର ପରିଚୟ ପାଅନ୍ତି ରଣପୁର ପୋଲିସ କୁ ଯୋଗ ଯୋଗ କରିବା ପାଇଁ ପୋଲିସ ଅନୁରୋଧ କରିଛି