Odisha news

ଛତ୍ରପୁର ଏନଏସି ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ, ବୁଲି ତଦାରଖ କରୁଛନ୍ତି ବିଡ଼ିଓ, ତହସିଲଦାର ଓ ଇଓ

0

ଛତ୍ରପୁର : ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍‌ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର କ’ଣ ଅଛି ତାହା ଯାଞ୍ଚ କରୁଛନ୍ତି। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାଦ୍ୱାରା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚି଼ହ୍ନଟ ସହ ଠିକ୍‌ ସମୟରେ ଚିକିତ୍ସା କରାଯାଇ ପାରିବ। ଏଥିସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ରହିଛି। ବିଶେଷକରି ଏହି ଯାଞ୍ଚ ଦ୍ୱାରା ଗର୍ଭବତୀ, ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ପୀଡିତଙ୍କ ସୁବିଧା ହୋଇପାରିବ ବୋଲି କୁହାଯାଉଛି।  ଛତ୍ରପୁର ଏନଏସି ରେ ମଧ୍ୟ ଏହି କାର୍ଯ୍ୟ ଚାଲୁରହିଛି l

ଶୁକ୍ରବାର  ଏନଏ ସି ଅନ୍ତର୍ଗତ 11ୱାର୍ଡ ର ଗୋପବନ୍ଧୁନଗର ସାହିରେ     ଚାଲିଥିବା ଅକ୍ସିଜେନ ସ୍ତର ଯାଞ୍ଚ ବେଳେ   ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ  ପ୍ରମୁଖ ଏହାର ତଦାରଖ  କରିଛନ୍ତି। ଏହି କାର୍ଯ୍ୟ ରେ ଅଙ୍ଗବାଡିକର୍ମୀ ମଞ୍ଜୁବାଳା ପାଣିଗ୍ରାହୀ , ଶିକ୍ଷୟତ୍ରୀ ନମିତା ପଟ୍ଟନାୟକ,  ଏଏନଏମ ମମତା ଜେନା, କୋଭିଡ ମନିଟର ସୁଜାତା ପଣ୍ଡା, ସ୍ୱଚ୍ଛ ସାଥି, ସୁପରଭାଇଜର ସନ୍ତୋଷୀ  ସମେତ ଟିମ ବୁଲି ୱାର୍ଡ ର ସମସ୍ତ ଘର କୁ ଘର ବୁଲି ଏହି ଯାଞ୍ଚ କାର୍ଯ୍ୟ କରୁଛନ୍ତି l ସେହିପରି ଛତ୍ରପୁର  ଏନଏସି ର ସମସ୍ତ  ୱାର୍ଡ ଗୁଡିକ ଏପରି ଟିମ ମାନେ ବୁଲି ଲୋକଙ୍କ ଅକ୍ସିଜେନ ଯାଞ୍ଚ କରୁଛନ୍ତି l

Leave A Reply