Odisha news

ବିଧାୟକ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷାକଲେ , ମହତାବ ଛକରୁ ବାଇପାସ୍‍ ଛକ ଯାଏଁ ହେଲା ଉନ୍ନତ ଆଲୋକୀକରଣ

0

ଭଦ୍ରକ :ଆଜି ଭଦ୍ରକ ସହରାଞ୍ଚଳର ମହତାବ ଛକରୁ ବାଇପାସ୍‍ ଛକ ଯାଏଁ ଆଲୋକୀକରଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଗତ ସାଧାରଣ ନିର୍ବାଚନ ବେଳେ ଭଦ୍ରକର ଯୁବ ବିଧାୟକ ସଞ୍ଜୀବ ମଲ୍ଲିକ(ବଣୁ)ତାଙ୍କ ନିର୍ବାଚନୀ ଇସ୍ତାହାରରେ ଦେଇଥିବା “ସ୍କାର୍ଟସିଟିକ୍ଷର ପ୍ରତିଶ୍ରୁତିକୁ ରକ୍ଷା କରିଛନ୍ତି । ଆଜି ସହରାଞ୍ଚଳର ଏହି ରାଜପଥରେ ଉନ୍ନତମାନର ଷ୍ଟ୍ରିଟ୍‍ ଲାଇଟ୍‍ ଗୁଡିକୁ ସାଂସଦ ମଂଜୁଲତା ମଣ୍ଡଳ ଓ ବିଧାୟକ ଶ୍ରୀ ମଲ୍ଳିକ ସୁଇଚ୍‍ ଚିପି ଶୁଭାରମ୍ଭ କରିଛନ୍ତି ।

ଅନ୍ୟପକ୍ଷରେ ମହତାବ ଛକରୁ କଲେକଫରିଏଟ୍‍ ଦେଇ ଅପତ୍ତିବିନ୍ଧା ଯାଏଁ ପ୍ରାୟ ୧କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ବି ଶୁଭାରମ୍ଭ କାର୍ଯ୍ୟକୁ ବି ଭଦ୍ରକ ସାଂସଦ ଓ ବିଧାୟକ ଶୁଭାରମ୍ଭ କରିଛନ୍ତି । ଏହି ରାସ୍ତାକୁ ପ୍ରଶସ୍ତ କରାଯାଇ ୬ଲେନିଂ କରାଯାଇଛି । ଆଜିର ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରାକ୍ତନ ପୌରପାଳ ମାନସ କୁମାର ମହାନ୍ତି, ବିଜେଡି ଯୁବନେତା ଇଂ.ପ୍ରିୟନେତା ନାୟକ(ଇଲୁ), ଯୁବନେତା ରାକେଶ ପଣ୍ଡା, ସୋମନାଥ ସାହୁ, ଲିଟୁନ୍‍ ସାହାଣୀ, ଇଂ.ମହମ୍ମଦ ଫାରାଦ ଆଲାମ(ଲୋକା)ସତ୍ୟପ୍ରକାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ

Ad2
Leave A Reply