Odisha news

ଆର୍ଯ୍ୟପଲ୍ଲୀ ପୋତାଶ୍ରୟ ଖନନ  ସମେତ ବିଭିନ୍ନ ପ୍ରସଙ୍ଗ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା 

0
ଛତ୍ରପୁର,  ୧/୯ : ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ପୋତାଶ୍ରୟ ନିକଟସ୍ଥ ଖନନ ଓ ଅନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କିତ ନେଇ ରବିବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ବହୁ ମତ୍ସ୍ଯଜୀବି , ଭଦ୍ରବ୍ୟକ୍ତି, ଯୁବ ନେତୃତ୍ୱ ମାନେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କୁ ଭେଟି ଆଲୋଚନା କରିଛନ୍ତି l ଏହା ସହିତ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଆର୍ଯ୍ୟପଲ୍ଲୀ ଠାରେ ଏକ ପୋତାଶ୍ରୟ ରହିଛି, ଯେଉଁ ରାସ୍ତା ଦେଇ ହଜାର ହଜାର ମତ୍ସ୍ଯଜୀବି ମାଛ ମାରିବା ପାଇଁ ସେମାନଙ୍କ ଡ଼ଙ୍ଗା ଧରି ସମୁଦ୍ରକୁ ଯାଆନ୍ତି, କିନ୍ତୁ 2012 ମସିହା ଠାରୁ ବାଲି ଦ୍ୱାରା ପୋତି ହୋଇ ରହିଯାଇଥିବା ପୋତାଶ୍ରୟ କୁ ଉପଯୁକ୍ତ ମାର୍ଗରେ ଡ୍ରେଜିଙ୍ଗ ଦ୍ୱାରା ଖୋଳା ନ ହେବା ଯୋଗୁଁ ହଜାର ହଜାର ମତ୍ସ୍ଯଜୀବି ମାଛ ମାରିବାରୁ ବଂଚିତ ହେଉଛନ୍ତି l ଯାହାଦ୍ୱାରା ସେମାନେ ବିଭିନ୍ନ ରାଜ୍ୟ କୁ ଯାଇ ଦାଦନ ଖଟିବାକୁ ଯାଇ ମାଛ ମାରିବା କାର୍ଯ୍ୟ କରୁଛନ୍ତି l ଏପରିକି ମହିଳା ମାନେ ମଧ୍ୟ ବାହାର ରାଜ୍ୟକୁ ଯାଇ କାମ କରୁଛନ୍ତି l ଏଣୁ ଅଞ୍ଚଳର ମତ୍ସ୍ଯଜୀବି ମାନଙ୍କ ସୁବିଧା ନିମନ୍ତେ ପୋତାଶ୍ରୟ ର ଖନନ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ସେମାନେ ଏହି ସ୍ମାରକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି l ଏହି ଆଲୋଚନା ବେଳେ ଗୋପାଳପୁର ପୋର୍ଟ ର ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ l ଏହା କିପରି ଯଥାଶୀଘ୍ର ତ୍ୱରାନ୍ୱିତ ହେବ ସେଥିନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ପୋର୍ଟ କର୍ତ୍ତୃପକ୍ଷ ଙ୍କୁ ଅବଗତ କରିଥିବା ମତ୍ସ୍ଯଜୀବି ମାନଙ୍କ ପକ୍ଷରୁ ସୂଚନା ମିଳିଛି l ଏହା ସହିତ ପ୍ରସ୍ତାବିତ ଫିସିଂ ହାରବର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି l ଏହି ଆଲୋଚନା ବେଳେ ଆଇନଜୀବି ପଦ୍ମ ଚରଣ ସାହୁ, ଗଞ୍ଜାମ ବ୍ଲକର ପୂର୍ବତନ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ବିଜେପି ଯୁବ ନେତା ଏନ ଦୀନବନ୍ଧୁ, କେ. ଦାଶରଥୀ, ପି. ରାମବାବୁ, ଏମ. ବେତାଳ,ଜି. ଜଗନ୍ନାଥ,ଜି. ରାମେୟା, ପି. ଆନନ୍ଦ ଙ୍କ ସମେତ ବହୁ ମତ୍ସ୍ଯଜୀବି ମାନେ ଉପସ୍ଥିତ ଥିଲେ l
Govt
Leave A Reply