Odisha news

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ପାଠଚକ୍ର

0
ଆଜି ତା 26.6.24 ରିଖରେ ସରକାରୀ ବିଜ୍ଞାନମହାବିଦ୍ୟାଳୟ,  ଛତ୍ରପୁରର ରସାୟନ ବିଜ୍ଞାନ ବିଭାଗରେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପୂର୍ବତନ ଛାତ୍ରୀ ତଥା ଏନ ଆଇ ଟି ଭୋପାଳର ସହକାରୀ ପ୍ରାଧ୍ୟାପିକା  ଡଃ ସୁକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ “ରିସେଣ୍ଟ ଟ୍ରେଣ୍ଡ ଇନ ଇନଅର୍ଗାନିକ କେମିଷ୍ଟ୍ରି ” ଶୀର୍ଷକରେ ଉଦବୋଧନ ଦେଇଥିଲେ | ତତସହିତ ସେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଏବଂ ଉଚ୍ଚତର ଗବେଷଣା ବିଷୟରେ ଦିଗଦର୍ଶନ ଦେଇଥିଲେ| ବିଭାଗୀୟ ମୁଖ୍ୟ ଡଃ ଲକ୍ଷ୍ମୀ ନାରାୟଣ ସାହୁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଏବଂ  ଅଧ୍ୟାପକ ଡଃ ବିଷ୍ନୁ ପ୍ରସାଦ କର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ବାଣିଜ୍ୟ ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ପିଙ୍କି ରାଣୀ ଦେଇ ନିଜ ଉଦବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ବିଭାଗର ଅଧ୍ୟାପକ ଡଃ ତରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରାଜବାଳା ତ୍ରିପାଠୀ, ଶ୍ରୀ ବାଦଲ ସାହୁ, ଶ୍ରୀ  ପ୍ରଦ୍ୟୁମ୍ନ ମଢ଼େଇ ଏବଂ ଶ୍ରୀ ମନୋରଞ୍ଜନ ମହାରଣା ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ |
Ad2
Leave A Reply