Odisha news

ଛତ୍ରବଜାର ପରିବା ମାର୍କେଟ ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ପୋଲ ଭୁଶୁଡ଼ିଲା : ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର

0

କଟକ: କଟକ ସହରର ଛତ୍ରବଜାର ପରିବା ମାର୍କେଟ ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ପୋଲ ଭୁଶୁଡ଼ିଛି। ଆଜି ସନ୍ଧ୍ୟାରେ ମାଟି ଅତଡ଼ା ଖସିବାରୁ ଅଘଟଣ ଘଟିଛି। ପୋଲ ନିକଟ ପୁରୁଣା କାନ୍ଥ ଭୁଶୁଡ଼ିବାରୁ ମାଟି ଅତଡ଼ା ଖସିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ନିର୍ମାଣାଧୀନ ପୋଲ ଆଜି ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା। ଦୁର୍ଘଟଣା ସମୟରେ କିଛି ଶ୍ରମିକ କାମ କରୁଥିଲେ। ହଠାତ୍‌ ପୋଲ ନିକଟରେ ମାଟି ଅତଡ଼ା ଖସିଯିବାରୁ ଶ୍ରମିକମାନେ ଫସିଯାଇଥିଲେ। ସୂଚନା ମିଳିବା ପରେ ପୁଲିସ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚି ଥିଲା। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇଥିବା ଲୋକଙ୍କୁ ସ୍ଥାନୀୟ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମାଟି ତଳେ ଆହୁରି କିଛି ଲୋକ ଚାପି ହୋଇଛନ୍ତି କି ନାହିଁ, ତାହା ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଜଣାପଡ଼ିବ। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି। ତେବେ ନିର୍ମାଣଧୀନ ପୋଲ ଭୁଶୁଡ଼ିବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ଘଟଣାର ତଦନ୍ତ ହେବ।

Leave A Reply