ହିନ୍ଦୋଳ ୦୯.୦୩ ଢେଙ୍କାନାଳ ଜିଲ୍ଲା ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟରେ ବିଶ୍ଵ ଅନୁଦାନ ଆୟୋଗ ପକ୍ଷରୁ ୮ ତାରିଖ ମଙ୍ଗଳ ବାର ଦିନ ମହାବିଦ୍ୟାଳୟ ପରିସରରେ ବୃତ୍ତିଗତ ସଚେତନତା କାର୍ମଶାଳା ଅଧ୍ୟକ୍ଷ ପ୍ରାଧ୍ୟାପକ ଅଶୋକ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି l ଏଥିରେ ଭୁବନେଶ୍ୱରସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ପ୍ରାଧ୍ୟାପକ ଜିନାସିସ୍ ମହାନ୍ତି ବିଷୟ ଭିତ୍ତିକ ବିଶେଷଜ୍ଞ ଭାବେ ଯୋଗଦେଇ ଯୁକ୍ତ ୩ କଳା,ବିଜ୍ଞାନ ଓ ବାଣିଜ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ମ୍ୟାନେଜମେଣ୍ଟ ଶିକ୍ଷାର ଆବଶ୍ୟକ ଉପରେ ପ୍ରୋଜେକ୍ଟର ଓ ପ୍ରଶ୍ନମଞ୍ଚ ମାଧ୍ୟମରେ ବିସ୍ତୃତ ଭାବେ ଆଲୋକପାତ କରିଥଲେ l ପ୍ରାରମ୍ଭରେ କ୍ୟାରିୟର କାଉନସେଲିଂ ସଂଯୋଜକ ଅଧ୍ୟାପକ କିଶୋର କୁମାର ପୃଷ୍ଟି ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲାବେଳେ ଅଧ୍ୟାପକ ଜୟନ୍ତ ନାରାୟଣ ପତି ଧନ୍ୟବାଦ ଅର୍ପଣ କରି ଥିଲେ l ଏହି ସଚେତନତା କର୍ମଶାଳାରେ ପ୍ରଜୁକ୍ତି ବିଜ୍ଞାନ ଅଧ୍ୟାପକ କୃପାସିନ୍ଧୁ ବେହେରା ଓ ବରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ଉପସ୍ଥିତରହି ସକ୍ରିୟ ସହଯୋଗ କରିଥିଲେ l
