Odisha news

ଚନ୍ଦ୍ରଯାନ-୩ : ବିକ୍ରମ ଲ୍ୟାଣ୍ଡର ସ୍ଲିପ୍ ମୋଡ ( ସୁପ୍ତାବସ୍ଥା) କୁ ଚାଲିଯାଇଛି , ସେପ୍ଟେମ୍ବର ୨୨ ବେଳକୁ ଏହା ସକ୍ରିୟ ହେବା ଆଶା

0

ବେଙ୍ଗାଲୁରୁ: ଭାରତର ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ସ୍ଲିପ୍ ମୋଡ ( ସୁପ୍ତାବସ୍ଥା) କୁ ଚାଲିଯାଇଛି । ସୋମବାର ଇସ୍ରୋ ଟୁଇଟ କରି ଏହି ସୂଚନା ଦେଇଛି। ସେପ୍ଟେମ୍ବର ୨୨ ବେଳକୁ ଏହା ସକ୍ରିୟ ହେବା ଆଶା କରାଯାଉଛି ବୋଲି ଏହି ମହାକାଶ ଏଜେନ୍ସି କହିଛି।

ଇସ୍ରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି, ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡକୁ ସକାଳ ପ୍ରାୟ ୮ଟାରେ ସ୍ଲିପ୍ ମୋଡରେ ରଖାଯାଇଥିଲା। ଏହା ପୂର୍ବରୁ ଚସ୍ତେ, ରମ୍ଭା-ଏଲପି ଓ ଆଇଏଲଏସଏ ପେଲୋଡ୍ ନୂଆ ସ୍ଥାନରେ ଇନ୍-ସିଟୁ ପରୀକ୍ଷଣ କରିଥିଲେ। ସେମାନେ ସଂଗ୍ରହ କରିଥିବା ତଥ୍ୟ ପୃଥିବୀକୁ ଆସିଛି।

 

ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ  ଆହୁରି ମଧ୍ୟ କହିଛି, ପେଲୋଡ୍ କୁ ଏବେ ବନ୍ଦ କରି ଦିଆଯାଇଛି। କିନ୍ତୁ ଲ୍ୟାଣ୍ଡରର ରିସିଭରକୁ ଚାଲୁ ରଖାଯାଇଛି। ଯେତେବେଳେ ସୌର ଶକ୍ତିରୁ ସଂଗ୍ରହ କରାଯାଇଥିବା ବ୍ୟାଟେରୀର ଚାର୍ଜ ସରିଯିବ ସେତେବେଳେ ବିକ୍ରମ ଲାଣ୍ଡର ପ୍ରଜ୍ଞାନ ପାଖରେ ଶୋଇପଡ଼ିବ । ୨୦୨୩ ସେପ୍ଟେମ୍ବର ୨୨ ରେ ସେ ପୁଣି ଥରେ ଉଠିବ ବୋଲି ଆଶା କରାଯାଉଛି।

ଏହା ପୂର୍ବରୁ ଇସ୍ରୋ କହିଥିଲା ଯେ ବିକ୍ରମ ଲ୍ୟାଣ୍ଡର ସୋମବାର ପୁଣି ଥରେ ଚନ୍ଦ୍ର ପୃଷ୍ଠରେ କିଛିବାଟ ଉପରକୁ ଉଠିବା ପରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୩ରେ ବିକ୍ରମ ଲାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ ବା ମୃଦୁ ଅବତରଣ କରିଥିଲା ।

Nalco
Leave A Reply