Odisha news

ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା 

0
ବେତନଟୀ : ବେତନଟୀ ବ୍ଲକ ଅନ୍ତର୍ଗତ ଅଁଳା ଗ୍ରାମ ପଞ୍ଚାୟତ ଅଧୀନ ରାଇକମା ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ନବାଗତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ କୁମାର ଜେନା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କିଶୋର କୁମାର ଆଚାର୍ଯ୍ୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ବିଦ୍ୟାଳୟର ଶିକ୍ଷକ ବୃନ୍ଦ ତଥା ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଉତ୍ତରୀୟ ଓ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସେଠୀ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଗଳ୍ପ ମାଧ୍ୟମରେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇ ଥିଲେ। ପିଲାମାନ  ବିଭିନ୍ନ କ୍ଷେତ୍ରରେ ଆଗକୁ ଆଗକୁ ବଢ଼ିବା ପାଇଁ  ଆବଶ୍ୟକ କୌଶଳ ସମ୍ଵନ୍ଧରେ ଆଲୋକପାତ କରିଥିଲେ।   ନିଜ ନିଜ ଜନ୍ମ ଦିନରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗେଇବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।ଏହାପରେ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସେଠୀ ବୃକ୍ଷ ରୋପଣ କରିଥିଲେ ।
ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାଜ କିଶୋର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନିରଞ୍ଜନ ବାରିକ୍, ହରେକୃଷ୍ଣ ମହାନ୍ତ ଓ ଶୁଭାଶିଷ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ନିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
Nalco
Leave A Reply