Odisha news

ପାହାଡରୁ ଗଛକାଟି ବେଆଇନଭାବେ ମେସିନଯୋଗେ ଚାଲିଛି ମନରେଗା କାମ,ପ୍ରଶାସନ ଚୁପ

0

ଚଣ୍ଡିଖୋଲ :  ଶ୍ରମଦିବସ ସୃଷ୍ଟି ସହିତ ଶ୍ରମିକ ମାନଙ୍କୁ ଖାଦ୍ୟ ବଦଳରେ କାମ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା କାର୍ଯ୍ୟକାରୀ ହୋଇଛି! ହେଲେ ପରିତାପର ବିଷୟ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ତାଳଜଙ୍କ ପଞ୍ଚାୟତ ଅଧିନରେ ଏହି ମନରେଗା ଯୋଜନାରେ ଚାଲିଥିବା ଏକ ରାସ୍ତାକାମ ଶ୍ରମିକମାନଙ୍କ ବଦଳରେ ମେସିନ ଦ୍ୱାରା କରାଯାଉଥିବା ଦେଖାଯାଇଛି! ଏପରିକି ଏହି ରାସ୍ତାକାମ ପାଇଁ ଜଙ୍ଗଲ ବିଭାଗ ବିନା ଅନୁମତିରେ ସମ୍ପୂର୍ଣ୍ଣ ବେଆଇନ ଭାବେ ଜଙ୍ଗଲରୁ ବଡବଡ ଗଛ କଟାଯାଇ କାମ ଚାଲିଥିବା ଅଭିଯୋଗ ହୋଇଛି! ତାଳଜଙ୍ଗ ପଞ୍ଚାୟତର ପୁରୁଣା ତାଳଜଙ୍ଗ ହରିଜନସାହି ଠାରୁ ରାମଟୁଙ୍ଗୀ ପର୍ଯ୍ୟନ୍ତ ଏହି ଯୋଜନାରେ ମେସିନ ଦ୍ୱାରା ରାସ୍ତା କାମ ଚାଲିଛି!ତଳଗଡ ଶାସନ ପଛପଟେ ଥିବା ପାହାଡରୁ ବ୍ୟାପକ ଗଛ କଟାଯାଇ ମେସିନ ସାହାଯ୍ୟରେ ଏଠାରେ ରାସ୍ତା।ତିଆରି ହେଉଛି!

ମନରେଗା କାମ ହେବା ପୂର୍ବରୁ ସୂଚନା ଫଳକ ଲଗାଯିବାର ନିୟମ ରହିଥିଲେ ସୁଦ୍ଧା ଏଠାରେ ବିନା ସୂଚନା ଫଳକରେ ଗତ ତିନିଦିନହେବ କାମ ଚାଲିଛି! ଇତିମଧ୍ୟରେ୫ ଶହ ମିଟରରୁ ଅଧିକ ରାସ୍ତାକାମ ମେସିନ ଦ୍ୱାରା କରାଯାଇଛି! ଏ ବିଷୟରେ ସ୍ଥାନୀୟ ଲୋକେ ଓ ବନ ଶୁରକ୍ଷା କମିଟି ସଦସ୍ୟମାନେ ଜାଣିବାପରେ କାମକୁ।ବନ୍ଦ କରିଛନ୍ତି!ଖବରପାଇ ଜଙ୍ଗଲ ବିଭାଗର ମଧୁପୁରଗଡ ବନପାଳ ଘଟଣା ସ୍ଥଳରେ ପହଞ୍ଚି ଏହି ବେଆଇନ କାମର ସରଜମିନ ତଦନ୍ତ କରି ଜଙ୍ଗଲ ଜମିରେ ବିନା ଅନୁମତିରେ ଏହି କାମ ହେଉଥିବା ନେଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଇଥିବା ପ୍ରକାଶ କରିଛନ୍ତି!ଏ ସମ୍ପର୍କରେ ସପୃ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ଜି ଆର ଏସ ଙ୍କୁ ପଚାରିବାରୁ ସେମାନେ ଏ କାମ ବିଷୟରେ କିଛି ଜାଣିନଥିବା ସଫେଇ ଦେଇଛନ୍ତି!ଏହି ବେଆଇନ କାମ ପଛରେ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ରହିଥିବାରୁ ବ୍ଳକ ପ୍ରଶାସନ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଏପରି କିମ କରିବା ପାଇଁ ସୁଯୋଗ ଦେଉଥିବା ଆଲୋଚନା ହେଉଛି ! ଏହି ବେଆଇନ କାମ ସମ୍ପର୍କରେ ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ଅଞ୍ଚଳ ବାସିନ୍ଦା ଦାବି କରିଛନ୍ତି

Ad2
Leave A Reply