Odisha news

ବି ଜେ ଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କାଙ୍କ ମାତୃ ବିୟୋଗ : ବଡଚଣାରେ ଶୋକର ଛାୟା

0
ଚଣ୍ଡିଖୋଲ,୨୬/୧୨(ସବ୍ୟୁ)ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ବି ଜେ ଡି ନେତା ତଥା ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଏବଂ ରାଜ୍ୟ ଭାଷା, ସାହିତ୍ୟ ଓ ସସ୍କୃତି ବିଭାଗ ଉପଦେଷ୍ଟା ଜନ୍ମେଜୟ ଲେଙ୍କାଙ୍କ ମା’ ରାଜଲଖମୀ ଲେଙ୍କାଙ୍କର ଦେହାନ୍ତ ହୋଇଯାଇଛି! ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା ! ସେ ଅଶୁସ୍ଥତା କାରଣରୁ ଭୁବନେଶ୍ୱର ବାସଭବନରେ ରହି ଚିକିତ୍ସିତ ହେଉଥିଲା ବେଳେ ରବିବାର ସକାଳ ପ୍ରାୟ ସାଢେ ୧୦ ଟା ବେଳେ ତାଙ୍କର ଦେହାନ୍ତ ଘଟିଥିଲା! ଏହି ଖବର ପହଞ୍ଚିବା ପରେ ସମଗ୍ର ବଡଚଣା ଅଞ୍ଚଳରେ ଶୋକରଛାୟା ଖେଳିଯିବା ସହ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଅମର ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ସ୍ୱର୍ଗତା ରାଜଲଖମୀ ଲେଙ୍କା ବଡଚଣାର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଜନନେତା ସ୍ୱର୍ଗତ ଧନଞ୍ଜୟ ଲେଙ୍କାଙ୍କ ପୁତ୍ରବଧୂ ଓ ପି ସି ସି କାର୍ଯ୍ୟକାରୀ ସଭାପତି ବରିଷ୍ଠ କଗ୍ରେସ ନେତା ଶ୍ରୀ ଚିରଞ୍ଜୀବ ବିଶ୍ୱାଳ ଓ ପ୍ରକ୍ତନ ସାସଦ ତଥା ବିଶିଷ୍ଟ କ୍ରିକେଟିଅର ଶ୍ରୀ ରଞ୍ଜୀବ ବିଶ୍ୱାଳଙ୍କର ମାଇଁ ଅଟନ୍ତି! ଗତ ଦୁଇ ବର୍ଷ ତଳେ ଜନ୍ମେଜୟଙ୍କ ପିତା ଜଗନ୍ନାଥ ଲେଙ୍କା ଙ୍କର ଦେହାନ୍ତ ପରେ ମା’ ରାଜଲଖମୀ ମାନଶୀକ ଭାବେ ଦୁର୍ବଳ ହୋଇ ପଡିଥିଲେ ! ସ୍ୱର୍ଗତା ରାଜଲଖମୀ ଲେଙ୍କା ଜଣେ ଅତି ସ୍ନେହି ଓ ପରୋପକାରୀ ତଥା ଅମାୟୀକ ହୃଦୟର ମହୀୟସୀ ମହିଳାଭାବେ ବଡଚଣା ବାସୀଙ୍କର ପ୍ରିୟପାତ୍ର ଥିଲେ ! ତାଙ ବିୟୋଗରେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର,ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ,ବି ଜେପି ନେତା ଅମର ନାୟକ,କଗ୍ରେସ ନେତା ଅଜୟ କୁମାର ସାମଲ,କ୍ୟାପଟେନ ରାଜନାରାୟଣ ମହାପାତ୍ର,ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ,ନିରଞ୍ଜନ ସାହୁ,ଯୁବନେତା ନିରଞ୍ଜନ ବିଶ୍ୱାଳ,ସଞ୍ଜୟ ଖୁଣ୍ଟିଆ, ସତ୍ୟପ୍ରକାଶ ନନ୍ଦ,ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ସାମ୍ବାଦିକ ବିଭୂପ୍ରସାଦ ପୃଷ୍ଟିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି!
Govt
Leave A Reply