Odisha news

ବିଜୁ ଜନତା ଦଳ ର 25ତମ ପ୍ରତିଷ୍ଠା ଦିବସ ପାଳିତ

0

କାମାକ୍ଷାନଗର :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ବିଜୁ ଜନତା ଦଳ ର 25ତମ ପ୍ରତିଷ୍ଠାଦିବସ କାମାକ୍ଷାନଗର ଓ ପରଜଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରୁ ହଜାର ହଜାର ମହିଳା, ଯୁବକ ଓ ବିଜୁ ଜନତା ଦଳ ର କର୍ମୀ ଯୋଗ ଦେଇଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବିକାଶମୁଖି ଯୋଜନା ଓ ସାଧାରଣଲୋକ ଙ୍କ ପ୍ରତି ଥିବା ଅତୁଟ ଭଲ ପାଇବା ବିଜେଡି କୁ ଆଜି ସାରା ଦେଶ ରେ ଏକ ଅପ୍ରତିଦ୍ବନ୍ଦି ରାଜନୀତିକ ଆଞ୍ଚଳିକ ଦଳ ରେ ପରିଗଣିତ କରିଛବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଜେପି ଓ କଂଗ୍ରେସ ଦଳ ର ବିଭିନ୍ନ ଆଗଧାଡି ର ନେତା ବିଜୁ ଜନତା ଦଳ ରେ ଯୋଗ ଦେଇଥିଲେ l

Govt
Leave A Reply