ଚଣ୍ଡିଖୋଲ : ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ-ପାରଦୀପ ଅଂଶକୁ ଏବେ ଆଠ ଥାକିଆ କରାଯିବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଜି! ଏହି ରାସ୍ତା ବ୍ୟସ୍ତ ବହୁଳ ହୋଇଥିବାରୁ ଏହାକୁ ସଂପ୍ରସାରଣ କରାଯିବାର ଆବଶ୍ୟକତା ରହିଥିଲା! ହେଲେ ରାସ୍ତାର ସଂପ୍ରସାରଣ ପାଇଁ ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ ବର୍ଷ ବର୍ଷ ଧରି ଏହି ଜାତୀୟ ରାଜପଥ କଡରେ ଵିଭିନ୍ନ ବ୍ୟବସାୟ କରି ପରିବାର ଚଳାଇ ଆସୁଥିବା ୭ଶହରୁ ଉର୍ଦ୍ଧ୍ବ ବ୍ୟବସାୟୀ ଏବେ ବେସାହାରା ପାଲଟିଛନ୍ତି ! ଜାତୀୟ ରାଜପଥ ସଂପ୍ରସାରଣ ହେଉଥିବାରୁ ଏହି ବ୍ୟବସାୟୀ ମାନଙ୍କୁ ରାସ୍ତା କଡରୁ ଉଛେଦ କରି ଦିଆଯାଇଛି! ଫଳରେ ଏହି ବ୍ୟବସାୟୀ ମାନେ ସମ୍ପୂର୍ଣ୍ଣ ବେଊଷା ହରାଇବା ସହ ବେରୋଜଗାର ହୋଇପଡିଛନ୍ତି! ବିଶେଷକରି ଏହି ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ବଜାରର ଅଧିକ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି ! ଏହି ବଜାରକୁ ଦୁଇ ଭାଗରେ ବିଭକ୍ତ କରି ମଝିରେ ୫୩ ନମ୍ଵର ଜାତୀୟ ରାଜପଥ ପାରାଦୀପ ପର୍ଯ୍ୟନ୍ତ ଯାଇଛି ! ବଜାରର ଥାନା ରୋଡ଼ ତାରିଣୀ ଛକର ଉଭୟ ପାର୍ଶ୍ଵ ଓ ଜାତୀୟ ରାଜପଥ ଉପରେ ଥିବା ଦୋକାନ ଗୃହକୁ ଭଙ୍ଗା ଯାଇ ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି! ସେହିପରି ଚଣ୍ଡିଖୋଲ ଠାରୁ ପାରାଦୀପ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ସୀମାନ୍ତ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ରାଜପଥର କଡରେ ଥିବା ଗାନ୍ଧିଛକ, ଶ୍ରୀରାମପୁର ଟୋଲ ପ୍ଲାଜା, ବେଣାପୁର,କୁନ୍ଦଳ, କଉଡୁକୋଲ, ଭାକୁଡ଼,କୃଷ୍ଣଦାସପୁର,ନାନପୁର,ପତରା ଜପୁର, ନଳିପୁର,ଚାରିନଙ୍ଗଳ,କଟିକଟା ଓ ବନ୍ଦରେଶ୍ୱର ଆଦି ଛକ ମାନଙ୍କରେ ଥିବା ଛୋଟ ବଡ଼ ଦୋକାନ ଗୃହକୁ ଭାଙ୍ଗି ଦିଆଯାଇଛି ! ଯେଉଁସବୁ ଦୋକାନ ଗୃହରେ ବ୍ୟବସାୟୀ ମାନେ ଜଳଖିଆ ଦୋକାନ, ପାନ ଦୋକାନ, ହୋଟେଲ, ତେଜେରାତି, ଗ୍ୟାରେଜ, ପରିବା, ସେଲୁନ ଓ ସାଇକେଲ ଷ୍ଟାଣ୍ଡ ଇତ୍ୟାଦି କରି ସେମାନଙ୍କ ପରିବାର ପୋଷଣ କରି ଆସୁଥିଲେ ! ଦୋକାନ ବଜାରର ଘର ଭଙ୍ଗାଯାଇ ସେମାନଙ୍କୁ ଉଛେଦ କରାଯିବା ପରେ ଏହି ବ୍ୟବସାୟୀ ମାନେ ବେରୋଜଗାର ହୋଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ! ସେମାନଙ୍କୁ ଥଇଥାନ କରାଯାଇ ନାହିଁ କି କୌଣସି କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ! ରାସ୍ତା କଡରୂ ଦୋକାନ ଭାଙ୍ଗିଯିବା ପରେ ପୁଣି କେଉଁଠାରେ କେଉଁ ବ୍ୟବସାୟ କରି ପରିବାର ଚଳାଇବେ ତାକୁ ନେଇ ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ! ରାସ୍ତା କଡରୁ ଉଛେଦ ହୋଇଥିବା ବ୍ୟବସାୟୀ ମାନଙ୍କୁ ଅନ୍ୟତ୍ର ଥଇଥାନ ବା ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସାୟୀ ମାନେ ରାଜ୍ୟ ସରକାର,ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ନିକଟରେ।ଦାବି କରିଛନ୍ତି!
