Odisha news

ବନ୍ଧୁମିଳନ ଆଳରେ ବଡଚଣାରେ ନେତୃତ୍ୱ ପରିବର୍ତ୍ତନ ପାଇଁ ପୁଣି ଖୋଲା ଆହ୍ୱାନ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ପୁଣି ଆହ୍ୱାନ ଦିଆଯାଇଛି! ବନ୍ଧୁମିଳନ ଆଳରେ ବୁଧବାର ଦିନ ଚଣ୍ଡିଖୋଲ ସ୍ଥିତ ଧର୍ମଶାଳା ଭବନରେ ବଡଚଣା ବିଜେଡିର ବହୁ ତୁଙ୍ଗନେତା,ନିର୍ବାଚିତ ପ୍ରତିନିଧି ଓ ପ୍ରାକ୍ତନ ଦଳୀୟ କର୍ମକର୍ତ୍ତାମାନେ ଏକାଠି ହୋଇ ବଡଚଣାରେ ନେତୃତ୍ୱ ପରିବର୍ତ୍ତନ ପାଇଁ ମିଳିତ ଆହ୍ୱାନ ଦେବାସହ ଦଳୀୟ ହାଇକମାଣ୍ଡଙ୍କୁ ଏ ସମ୍ପର୍କରେ ଅବଗତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି! ଯାହାକୁ ଆଧାର କରି ପୁଣି ଏଠାରେ ବିବାଦ ସୃଷ୍ଟି ହୋଇଛି!ପ୍ରାକ୍ତନ ବିଜେଡି ବ୍ଳକ ସଭାପତି ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ଯୁବନେତା ଧନେଶ୍ୱର ବେହେରା ସଞ୍ଜାଳନ କରିଥିଲେ! ଏଥିରେ ବଡଚଣା ବିଜେଡିର ବରିଷ୍ଠ ନେତା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲାଦ ନନ୍ଦ,ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଆଶିଷରଞ୍ଜନ ଚୌଧୁରୀ,ପ୍ରାକ୍ତନ ରାଜ୍ୟ ମହିଳା ବିଜେଡି ସମ୍ପାଦିକା ପୁଜାରୀଣି ବଳ,ପ୍ରାକ୍ତନ ବ୍ଳକ ବିଜେଡି ମହିଳା ସଭାପତି ଦମୟନ୍ତି ସାମଲ,ପ୍ରାକ୍ତନ ବ୍ଳକ ଉପାଧ୍ୟକ୍ଷ ବିଚିତ୍ରାନନ୍ଦ ମହାପାତ୍ର,ସରପଞ୍ଚ ସର୍ବଶ୍ରୀ ଅକ୍ଷୟ ରାଉତରାୟ, ଅବଦୁଲ ଗନି,ପୁଷ୍ପଲତା ସିଂ,ସମିତିସଭ୍ୟ ସର୍ବଶ୍ରୀ ଶ୍ରୀକ୍ରିଷ୍ଣା ପରିଡା,ଶାଗରୀକା ଚୌଧୁରୀ,ରସ୍ମିତା ଦାସ,ନିରଞ୍ଜନ ମହାନ୍ତି,ଗୋଦାବରୀ ଶାନ୍ତି,ସ୍ମରଣୀକା ବଳ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ରାଉଳ,ପ୍ରାକ୍ତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାମଲ,ଅର୍ଜୁନଚରଣ ରାଉତ,ଭାରତଭୂଷଣ ମହାନ୍ତି, ଜାନକୀବଲ୍ଲଭ ପ୍ରଧାନ,ରବିନ୍ଦ୍ର ଦାଶ,ପ୍ରତିଭା ଖୁଣ୍ଟିଆ,ଯୁବନେତା ଭରତ ମହାପାତ୍ର, ସଞ୍ଜୟ ଖୁଣ୍ଟିଆ,ଦୀପକ ପ୍ରତାପ, ଦୀଲିପକୁମାର ସାମଲ,ରବିନ୍ଦ୍ର ରାଉତ,ଚିତ୍ତରଞ୍ଜନ ପ୍ରଧାନ,ଅଜୟ ଜେନା,ପ୍ରଶନ୍ନ ପାତ୍ର,ସେକ ସୁଲତାନ ପ୍ରମୁଖ ନିଜ ନିଜ ଭାଷଣରେ ବଡଚଣାରେ ବିଜେଡିର ନେତୃତ୍ୱ ପରିବର୍ତ୍ତନ ପାଇଁ ଖୋଲାଖୋଲି ମତ ଦେଇଥିଲେ! ଯୁବନେତା ନିହାରରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ପ୍ରହଲାଦ ନନ୍ଦ ଓ କୈଳାସଚନ୍ଦ୍ର ରାଉତ ନିଜ ନିଜର କ୍ଷୋଭ ପ୍ରକାଶକରି ସେମାନେ ଉତ୍ସର୍ଗିକୃତ ଭାବେ ଦଳପାଇଁ କାର୍ଯ୍ୟ କରିଆସୁଥିବା ସହ ଗତ ନିର୍ବାଚନ ସମୟରେ ଦଳୀୟ ନିଷ୍ପତ୍ତି ଅନୁଯାଇ ଅକ୍ଳାନ୍ତ ପରିଶ୍ରମ କରି ଯାହାକୁ ଏଠାରେ ବିଧାୟକ ଭାବେ ବିଜୟୀ କରାଇଲେ ସେ କେବଳ ହାତଗଣତି ନିର୍ଦ୍ଧିଷ୍ଟ ୮/୧୦ ଜଣଙ୍କୁ ଧରି ବଡଚଣାରେ ମେରୀରାୟ ଚଳାଇ ଅନ୍ୟ ତୁଙ୍ଗନେତା ଓ ହଜାର ହଜାର କର୍ମୀଙ୍କୁ ଅଣଦେଖା କରୁଥିବା କହିଥିଲେ! ଏପରିକି ଗତ ନିର୍ବାଚନ ସମୟରେ ବିଧାୟକ ସେମାନଙ୍କୁ ଦେଇଥିବା ପ୍ରତିସୃତି ପାଳନ କରିନଥିବା ଅଭିଯୋଗ କରି ଆଗାମୀ ନିର୍ବାଚନରେ ତାଙ୍କୁ ଏଠାରୁ ଆଉ ଦଳୀୟ ପ୍ରାର୍ଥୀ କରାନଯାଇ ଯୁବନେତା ଜନ୍ମେଜୟ ଲେଙ୍କାଙ୍କୁ ନେତୃତ୍ୱ ଦେବାକୁ ଖୋଲାଖୋଲି ଦାବି କରିଥିଲେ! ଏକ କମିଟି ଗଠନ କରାଯାଇ ବିଜେଡି ସଭାପତି,୫ଟି ଅଧ୍ୟକ୍ଷ ଓ ଅନ୍ୟ ନେତୃବୃନ୍ଦଙ୍କୁ ଖୁବଶୀଘ୍ର ସମସ୍ତ ବିଷୟରେ ଅବଗତ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା! ଏହି ବୈଠକରେ ୪୩ ପଞ୍ଚାୟତରୁ ୫ଶହରୁ ଉର୍ଦ୍ଧ୍ବ ଆଗୁଆ କର୍ମୀ ଓ ନେତୃମଣ୍ଡଳୀ ଯୋଗଦେଇଥିଲେ!
Leave A Reply