Odisha news

ସିଡିପିଓଙ୍କ ସୁପରଭାଇଜରଙ୍କୁ ମାଡ଼ ଘଟଣା ଜଟିଳ ହେଉଛି : ସିଡିପିଓଙ ବିରୁଦ୍ଧରେ କର୍ମଚାରୀଙ୍କ ସଙ୍ଗିନ ଅଭିଯୋଗ, ଥାନାରେ ଦୁଇଟି ମାମଲା ରୁଜୁ 

0
ଚଣ୍ଡିଖୋଲ୨୭/୧୦ :  ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ସ୍ଥିତ ଶିଶୁ ବିକାଶ ଯୋଜନା ସିଡିପିଓ ସେହି କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ସୁପରଭାଇଜରଙ୍କୁ ଗତ ୨୬ ତାତିଖ ଦିନ ନିର୍ଘାତ ମାଡମାରି ଲହୁଲୁହାଣ କରିବା ଓ ତାଙ୍କ ଚୁଟିଧରି ଘୋଷାଡିବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିବା ପରେ ଶୁକ୍ରବାର ଦିନ ସିଡିପିଓଙ୍କ ବିରୁଦ୍ଧରେ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସଙ୍ଗିନ ଅଭିଯୋଇ କରିବା ଘଟଣାକୁ ଅଧିକ ଜଟିଳ କରିଛି! କର୍ମଚାରୀ ମାନଙ୍କ ଲିଖିତ ଅଭିଯୋଗ ପରେ ବଡଚଣା ପୋଲିସ ସପୃକ୍ତ ସିଡିପିଓଙ୍କ ବିରୁଦ୍ଧରେ ଥାନାରେ ଦୁଇଟି ମାମଲା ପଞ୍ଜିକୃତ କରିଥିବା ଜଣାପଡ଼ିଛି! ଥାନାରେ ଗୋଟିଏ ପରେ ଗୋଟିଏ ମାମଲା ପଞ୍ଜିକରଣ ହେବାପରେ ସିଡିପିଓଙ୍କ ପ୍ରତି ଅଡୁଆ ବଢିବାରେ ଲାଗିଛି!  ବଡ଼ଚଣା ସିଡିପିଓ-୧, ଭଗବତୀ ଗୁରୁ ତାଙ୍କ କାର୍ଯ୍ୟାଳୟର ସୁପରଭାଇଜର ଶୁବାସିନୀ ଦାସଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି ଗୁଳଜ କରିବା ସହିତ ତାଙ୍କ ଚୁଟିଧରି ଘୋଷାଡି ବିଧା ଗୋଇଠା ମାରି ନିଜ କାର୍ଯ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବଡ଼ଚଣା ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି!  ତେବେ ସିଡିପିଓ ଶ୍ରୀମତୀ ଗୁରୁ ଏଠାରେ ନିଯୁକ୍ତି ପାଇବା ଦିନଠାରୁ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଉପରେ ଏମିତି ଅଶାଳୀନ ବ୍ୟବହାର କରିଥାନ୍ତି ଓ ଗତ ୨୬ ତାରିଖ ଦିନର ଘଟଣାଟି ଆମ ସମ୍ମୁଖରେ ସେ ସୁପରଭାଇଜର ସୁବାସିନୀ ଦାସଙ୍କ ଚୁଟି ଧରି ମାଡ଼ ମାରିଥିବା ନେଇ ସମସ୍ତ କର୍ମଚାରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ପାଖରେ ଲିଖିତ ଅଭିଯୋଗ କରି ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ! ଅପର ପକ୍ଷରେ ମାଡ଼ ଖାଇଥିବା ସୁପର ଭାଇଜର ଶ୍ରୀମତୀ ଦାସ ମତେ ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିଦେବେ ବୋଲି ଆଜି ଗଣ ମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଥିବା ଦେଖିବାକୁ ମିଳିଥିଲା ! ସେହିପରି ସିଡିପିଓ ଶ୍ରୀମତୀ ଗୁରୁ ଥାନାକୁ ଆସି ସୁପରଭାଇଜର ତାଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ପାଲଟା ଅଭିଯୋଗ କରିଥିବା ଜଣାାାଡିଛିି ! ତାଙ୍କ ଅଭିଯୋଗକୁ ନେଇ ଥାନା କେଶ ନମ୍ବର ୩୨୧/୨୩ରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ! ତେବେ ଏହି ଘଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ! ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର କହିିଛନ୍ତି

Leave A Reply