ମାଙ୍କଡା ଚୋରା ଚାଲାଣ ନେଇ ପ୍ରଶାସନକୁ ଖବର ଦେବାରୁ ପଞ୍ଚାୟତ କଂଗ୍ରେସ ସଭାପତିଙ୍କ ସହ ୩ ଜଣଙ୍କୁ କଙ୍ଗାରୁ କୋର୍ଟ,ସରପଞ୍ଚଙ୍କ ନାମରେ ଅଭିଯୋଗ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ଦର୍ପଣୀ ପଞ୍ଚାୟତରେ ମନରେଗା ଯୋଜନାରେ ପୋଖରୀ ପୁନଃରୁଦ୍ଧାର ବେଳେ ସେଠାରୁ ମାଙ୍କଡା ପଥର କଟାଯାଇ ଚୋରା ଚାଲାଣ ହେଉଥିଲା! ଏହି ଖବର ନେଇ ପ୍ରଶାସନକୁ ସୂଚନା ଦେଇଥିବାରୁ ସ୍ଥାନୀୟ ପଞ୍ଚାୟତ କଗ୍ରେସ ସଭାପତିଙ୍କ ସହ ୩ଜଣ ବ୍ୟକ୍ତିଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରି କାଙ୍ଗାରୁ କୋର୍ଟ କରି ଉଠ ବସ କରାଯିବାପରି ସଙ୍ଗିନ ଅଭିଯୋଗ ହୋଇଛି! ଏପରି କାର୍ଯ୍ୟ ସରପଞ୍ଚଙ୍କ ଉପସ୍ଥିତିରେ ହୋଇଥିବା ଅଭିଯୋଗ କରାଯାଇ ଧାନମଣ୍ଡଳ ଫାଣ୍ଡିରେ ଏତଲା ଦାୟର ହୋଇଥିବା ଜଣାପଡିଛି! ଏତଲା ପାଇବା ପରେ ପୋଲିସ ଏକ ମାମଲା ପଞ୍ଜିକରଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି! ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଯାଜପୁର ଏସପି ନିଜେ ମଧ୍ୟ ହସ୍ତକ୍ଷେପ କରିଥିବା ଜଣାପଡିଛି! ତେବେ ଏହି ଘଟଣା ନେଇ ପଚରାଯିବାରୁ ନିଜର ସପୃକ୍ତିକୁ ସରପଞ୍ଚ ରଞ୍ଜନକୁମାର ଦାସ ଅସ୍ୱୀକାର କରିଛନ୍ତି! ହେଲେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ଓ ଉତ୍ତେଜନା ପ୍ରକାଶ ପାଇଛି! ଏହି ପଞ୍ଚାୟତର ସରପଞ୍ଚ ଓ ତାଙ୍କ ସହଯୋଗୀ ମାନେ ମିଳିମିଶି ପୋଖରୀ ଖୋଳା ନାଁ ରେ ଚୋରା ମାଙ୍କଡା ପଥର କାଟି ଟ୍ରକ ଓ ଟ୍ରାକ୍ଟର ଯୋଗେ ବିକ୍ରି କରୁଥିଲେ!ସେହି ଗ୍ରାମର କଗ୍ରେସ ସଭାପତି ମିର୍ଜା ସହନାଜ ବେଗ,ମାନସ ରଞ୍ଜନ ପଣ୍ଡା ଓ ଆଉ ଜଣେ ବ୍ୟକ୍ତି ସ୍ଥାନୀୟ ପ୍ରଶାସନକୁ ଏହି ଖବର ଦେଇ ଥିବାରୁ ସରପଞ୍ଚ ଓ ତାଙ୍କର କିଛି ସହଯୋଗୀ ଏପରି କାଣ୍ଡ ଭିଆଇଥିବା ପୋଲିସରେ ଅଭିଯୋଗ ହୋଇଛି! କଙ୍ଗାରୁ କୋର୍ଟ ସହ ସପୃକ୍ତ ତିନିଜଣଙ୍କୁ ଏପରିଭାବେ ମାଡ ମରାଯାଇଥିଲା କି ସେମାନେ ଗୁଳତର ଆହତ ହୋଇ ଏବେ କଟକ ବଡ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଅଭିଯୋଗ କରିଛନ୍ତି! ଏହି ଘଟଣା ସାମାଜିକ ଗଣ ମାଧ୍ୟମରେ ବହୁଳ ପ୍ରସାର ହେବା ପରେ ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ପୋଲିସ ଶାନ୍ତିକମିଟି ଗଠନ ପାଇଁ ପ୍ରୟାସ ଚଳାଇଛି! ତେବେ ଅଦ୍ୟାବଧି ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନଥିବା ଜଣାପଡିଛି!
