Odisha news

ଭଞ୍ଜନଗର ଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଉଦଯାପିତ

0
ଭଞ୍ଜନଗର, ୫/୭.  ଦକ୍ଷିଣାଞ୍ଚଳ ଓଡ଼ିଶା ବିତରଣ ଲିମିଟେଡ (ଟିପିଏସଓଡିଏଲ) ଆନୁକୂଲ୍ୟରେ ଚତୁର୍ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ ମଙ୍ଗଳବାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଅଭିଜିତ ପାଢ଼ୀ, ସମ୍ମାନିତ ଅତିଥି ରୂପେ ନିର୍ବାହୀ ଯନ୍ତ୍ରୀ ଜଗତ ଜିତ ଦାସ ମହାପାତ୍ର, ସରକାରୀ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱରୀ ଦାସ, ଭିଜିଲାନ୍ସ ନିର୍ବାହୀ ଯନ୍ତ୍ରୀ ଚନ୍ଦ୍ରକାନ୍ତ ଜେନା, ଏମଆରଟି ନିର୍ବାହୀ ଯନ୍ତ୍ରୀ କମଳ କାନ୍ତ ପଣ୍ଡା,କମର୍ସିଆଲ ଏଚଓଜି ଦୁର୍ଗା ମିଶ୍ର, ଏଜିଏମ ଫାଇନାନ୍ସ ରବୀନ୍ଦ୍ର ନାଥ ପ୍ରଧାନ ମଞ୍ଚରେ ଉପସ୍ଥିତ ଥିଲେ।କର୍ମଚାରୀ ମାନେ ବିଦ୍ୟୁତ ମରାମତି କରିବା ସମୟରେ ଅନ୍ୟମନସ୍କ ନହୋଇ ପ୍ରଥମେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କଲେ କୌଣସି ପ୍ରକାର ଦୁର୍ଘଟଣା ଘଟିବ ନାହିଁ ବୋଲି ଅତିଥିମାନେ କହିଥିଲେ। ଭଞ୍ଜନଗର ସର୍କଲର ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ସେଠୀ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଅବସରରେ ସର୍କଲର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଦୁର୍ଘଟଣାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା।ଶେଷ ଦିବସରେ ବିଦ୍ୟୁତ ବିଭାଗ କର୍ମଚାରୀ ଓ ସେମାନଙ୍କ ପରିବାର ମଧ୍ୟରେ କୁଇଜ, କ୍ଷୁଦ୍ର ଭିଡ଼ିଓ, ପୋଷ୍ଟର ଓ ରଚନା ପ୍ରତିଯୋଗିତା ହୋଇଥିଲା।ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବ୍ୟବସାୟିକ ସହଯୋଗୀମାନେ ବିଦ୍ୟୁତ ସୁରକ୍ଷା ସମ୍ପର୍କିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ।ଶେଷରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ସମସ୍ତ ଏସଡ଼ିଓ,ଜେଇ, ଲାଇନ ମ୍ୟାନ, ବ୍ୟବସାୟିକ ସହଯୋଗୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
IEC 2 years
Leave A Reply