Odisha news

ଏମଏସଆଇଏଲ ଠିକା କମ୍ପାନୀର ମନମାନୀ : ରାସ୍ତା ଉପରେ ପକାଇଥିବା ବର୍ଯ୍ୟବସ୍ତୁ ଗଦାରେ ପିଟିହୋଇ ଟ୍ରକ ମାଲିକ ସଙ୍ଘ ସଭାପତି ଗୁରୁତର

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥରେ ଚଣ୍ଡିଖୋଲ ଠାରୁ ମଙ୍ଗୁଳି ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରୁଥିବା ଏମଏସଆଇଏଲ ଠିକା କମ୍ପାନୀର ମନମାନୀରେ ଲୋକେ ଅତିଷ୍ଟ ହୋଇପଡିଲେଣି! ଏହି କମ୍ପାନୀ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ କରୁଥିବାରୁ ଲୋକେ ନାହିଁ ନଥିବା ହିନସ୍ତା ଭୋଗୁଥିଲା ବେଳେ ଅତି ବେପରୁଆ ଭାବେ ରାସ୍ତା ଉପରେ ବର୍ଯ୍ୟବସ୍ତୁ ଗଦାକରି ରାସ୍ତା ସଙ୍କୁଚିତ କରିବା ଫଳରେ ତାହା ଦୁର୍ଘଟଣାର କାରଣ ହୋଇଛି! ଏହାର ଉଦାହରଣ ଗତରାତିରେ ଦେଖିବାକୁ ମିଳିଛି! ଚଣ୍ଡିଖୋଲ ବଜାର ଭିତରେ ରାସ୍ତା ଉପରେ କୁଢ ହୋଇଥିବା ପିଚୁଲଗା ଚିପ୍ସ ଓ ବର୍ଯ୍ୟବସ୍ତୁ ଗଦାରେ ପିଟିହୋଇ ଚଣ୍ଡିଖୋଲ ଟ୍ରକ ମାଲିକ ସଙ୍ଘ ସଭାପତି ବିଭୁତି ଭୂଷଣ ଜେନା ଗୁରୁତର ଆହତ ହୋଇଛନ୍ତି! ଦୁର୍ଘଟଣା ଯୋଗୁଁ ତାଙ୍କର ହାତ ଓ ଗୋଡ ଭାଙ୍ଗିଯିବା ସହ ଗଭିର କ୍ଷତ ହୋଇଛି ! ସେ କାମଶାରି ଚଣ୍ଡିଖୋଲରୁ ନିଜ ଗ୍ରାମ ନିଶିମଳାକୁ ମୋଟର ସାଇକେଲରେ ଯାଉଥିଲା ବେଳେ ରାସ୍ତା ଉପରେ ଗଦା ହୋଇଥିବା ଏହି ଚିପ୍ସ କୁଢରେ ପିଟି ହୋଇଯାଇଥିଲେ! ତାଙ୍କୁ ସଙ୍ଗେସଙ୍ଗେ କଟକର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା! ଆଜି ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି! ତେବେ ରାସ୍ତା ନିର୍ମାଣ ସମୟରେ ଅବରୋଧ କରି ପଥଚାରୀ ତଥା ଯାନ ଆରୋହୀ ମାନଙ୍କୁ କୌଣସି ପ୍ରକାର ରାସ୍ତାରେ ଚଳାଚଳ ପାଇଁ ପ୍ରତିବନ୍ଧକ ସୃଷ୍ଟି ନକରିବାକୁ ଓ ନିର୍ମାଣ ସ୍ଥଳର ବହୁ ପୂର୍ବରୁ ସୂଚନା ଫଳକ ତଥା ଯଗାରଖା ପାଇଁ ସୁରକ୍ଷା କର୍ମୀ ନିଯୁକ୍ତି ଦେବାକୁ କମ୍ପାନୀ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଚୁକ୍ତି ଖିଲାପକରି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି! ଏହିସବୁ କାରଣ ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶ୍ରୀ ଜେନାଙ୍କ ପକ୍ଷରୁ ସପୃକ୍ତ କମ୍ଫାନୁ ବିରୁଦ୍ଧରେ ଆଜି ବଡଚଣା ଥାନାରେ ଏତଲା ଦାୟର କରାଯାଇଥିବା ଜଣାପଡିଛି! ପ୍ରକାଶ ଥାଉକି, ଏହି ଠିକା କମ୍ପାନୀ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ କରୁଛି! ତେବେ ନିମ୍ନ ମାନର ନିର୍ମାଣ କାମ,କାମରେ ବ୍ୟାପକ ଚଞ୍ଚକତା ଓ ଚୁକ୍ତି ବହିର୍ଭୁତ କାର୍ଯ୍ୟ କରିବା ଯୋଗୁଁ ବାଳମ୍ବାର ତାଗିଦ ନୋଟିସ ସହ ବାରମ୍ବାର ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଛି! ଉକ୍ତ କମ୍ପାନୀକୁ ଅନୁଗ୍ରହ କରି ବେନିୟମ କାର୍ଯ୍ୟକୁ ମାଫ କରିଥିବା ଅଭିଯୋଗରେ ଗତ କିଛିଦିନ ତଳେ ଏହି ରାସ୍ତା ଦାୟିତ୍ୱରେ ଥିବା ଢେଙ୍କାନାଳ ପିଡି (ପ୍ରକଳ୍ପ ନିର୍ଦ୍ଦେଶକ)ଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ନିଲମ୍ବିତ ହେବାସହ ରାସ୍ତାର କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବୈଷୟିକ ସସ୍ଥାକୁ ମଧ୍ୟ ଜାତୀୟ ରାଜପଥ କତ୍ତୃପକ୍ଷ ବରଖାସ୍ତ କରିଛନ୍ତି! ଏହି ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ କରିଥିବାରୁ ଉକ୍ତ ଠିକା କମ୍ପାନୀ ଏମଏସଆଇଏଲକୁ ଇତି ମଧ୍ୟରେ ଚୁକ୍ତି ବାତିଲ ପାଇଁ ଯୋଜନା ହେଉଥିବା ଓ ଏଥିନେଇ କାରଣ ଦର୍ଶାଇବାକୁ ଜାତୀୟ ରାଜପଥ କତ୍ତୃପକ୍ଷ ନୋଟିସ ଯାରୀ କରିଥିବା ଜଣାପଡ଼ିଛି! ଫଳରେ ଦୀର୍ଘ ଦିନହେବ ଚଣ୍ଡିଖୋଲ ଡୁବୁରୀ ରାସ୍ତା ନିର୍ମାଣ କାମ ଠପ ହୋଇଯିବା ସାଙ୍ଗକୁ ଏହି ରାସ୍ତା ଏବେ ବିପର୍ଯ୍ୟସ୍ତ ଅବସ୍ତାକୁ ଚାଲିଯାଇଛି!ଉକ୍ତ ଠାକା କମ୍ପାନୀ ବିରୁଦ୍ଧରେ ଏତେସବୁ ବେଆଇନ କାମର ପ୍ରମାଣ ମିଳିବା ପରେ ମଧ୍ୟ ଜାତୀୟ ରାଜପଥ କତ୍ତୃପକ୍ଷ ତାକୁ ଗୋଟିଏ ପରେ ଗୋଟିଏ ଠିକା କାମ କିପରି ପ୍ରଦାନ କରୁଛନ୍ତି ତାହା ପ୍ରଶ୍ନ ହୋଇଛି!
Govt
Leave A Reply